ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା/ବୁଗୁଡା,୦୨/୦୧(ପିପିଟି):ପୋଲସରା ବ୍ଲକ୍ ଭାଟ୍ଟଖାଲି ଗ୍ରାମର ଭୋବନି ସାମଲ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବୁଗୁଡ଼ା ବ୍ଲକ୍ ମହୁଲପଲ୍ଲୀ ଗ୍ରାମର ମକର ଧ୍ୟଜ ନାୟକ (ବୟସ – ୫୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ବୁଗୁଡ଼ା ଏନ.ଏ.ସି ୱାର୍ଡ଼ ନଂ – ୦୬ ଜଗତପାଟଣା ଗ୍ରାମର ପ୍ରେମଲତା ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

Comments (0)
Add Comment