କୋଦଳା,୦୭/୦୯(ପିପିଟି):ଗୁରୁବାର ଅପରାହ୍ନ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବୁଧବାର ଦିନ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଥିବା କୋଦଳା ଏନ୍ଏସି ଅନ୍ତର୍ଗତ ଇନାମ ବେଲପଡା ଗ୍ରାମର ସ୍ବର୍ଗତ କନ୍ଧ ରାଉତଙ୍କ ଘରେ ପହଞ୍ଚି ଶୋକ ପ୍ରକାଶ କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହିତ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି କିଛି ଆର୍ଥିକ ସହଯୋଗ କରିଥିଲେ ଏବଂ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ପ୍ରକାର ଆର୍ଥିକ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶ ଥାଉ କି ବୁଧବାର ଇନାମ ବେଲପଡା ଗ୍ରାମର କନ୍ଧ ରାଉତ 11kv ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )