ମୁନିଗୁଡା ଅଞ୍ଚଳରେ ହାତୀ ଆତଙ୍କ, ନଷ୍ଚକଲେ ବ୍ୟାପକ ଫସଲ ଓ ଭାଙ୍ଗିଲେ ଦୁଇଟି ଘର ।

ରାୟଗଡା,୧୪/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଓ ବନବିଭାଗ ଅଧିନସ୍ଥ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଅଞ୍ଚଳରେ ଏକ ହାତୀପଲ ଆସି ଗାଁ ନିକଟରେ ଥିବା ୨ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ରକଳ୍ପ,ସପୁରୀ,କଦଳୀ ଓ ଆମ୍ବଗଛ ସବୁ ସଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ଗ୍ରାମ ନିକଟ ନିୟମଗିରୀ ପାହାଡରେ ସେହି ହାତୀପଲ ଥିବା ଜଣାପଡିଛି । ଏହି ହାତୀ ପଲରେ ୩ଟି ଦନ୍ତା ହାତୀ ସହ ୫ଟି ମାଈହାତୀ ଓ ୫ଟି ଛୁଆ ଥିବା ଜଣାପଡିଛି।ଏହି ହାତୀ ପଲ ରାତି ୯ ରୁ ୧୦ ଟା ମଧ୍ୟରେ ଆସିଥିବା ଗ୍ରାମବାସୀ କହିଛନ୍ତି, ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଯଶୋଦା ସାହୁ ସେ ତାଙ୍କ ଘରେ ଶୋଇ ଥିବା ବେଳେ ହାତୀ ପଲ ଆସି ତାଙ୍କ ଘର ଭାଙ୍ଗି ଦେବା ସହ ଘରର ଆସବାବ ପତ୍ର ନଷ୍ଟ କରି ଦେଇଥିଲେ ହାତୀକୁ ଦେଖି ଯଶୋଦା ବେହୋସ୍ ହୋଇ ଯାଇଥିଲେ, କିନ୍ତୁ ହାତୀମାନେ ଯୋଶଦାଙ୍କ କିଛି କ୍ଷତି କରିନାହାନ୍ତି। ଖବର ପାଇ ମୁନିଗୁଡା ରେଞ୍ଜେରଙ୍କ ନିର୍ଦେଶ କ୍ରମେ ଆଜି ବନ ବିଭାଗର ଅଧିକାରୀମାନେ ଗାଁରେ ପହଞ୍ଚି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ ସହ କ୍ଷୟକ୍ଷତି ଆକଳନ କରି ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର୍ । ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତୁରନ୍ତ ଏହି ଅଂଚଳରୁ ହାତୀପଲକୁ ଘଉଡ଼ାଇବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି।

(ରିପୋର୍ଟ – ନବୀନ ନାୟକ ବେହେରା। )

Comments (0)
Add Comment