ମୁଣ୍ଡୁଳା ଗ୍ରାମରେ ଘରେ ତାଲାଭାଙ୍ଗି ୧୫ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍, ଥାନାରେ ଏତଲା,ପୋଲିସର ଛାନଭିନ।

ବେଗୁନିଆପଡା,୨୨/୧୨(ପିପିଟି):ଶୀତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର କବାଟ ଭାଙ୍ଗି ଲୁଟିନେଲେ ଦୁବୃର୍ତ୍ତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର କବାଟ ଭାଙ୍ଗି ଘରେ ଥିବା ଆଲମିରାରୁ ୧୫ ତୋଳା ସୁନା ଓ ନଗଦ ୧ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ସି ଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୁଣ୍ଡୁଳା ଗ୍ରାମର କାଞ୍ଜିଆ ମାଳ ସାହିରେ ଥିବା ସି ଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଲୁଟ୍ କରିଛନ୍ତି ଦୁବୃର୍ତ୍ତ । ସମସ୍ତେ ଶୋଇଥିବା ଖବର ନେଇ ସୁନା କାନଫୁଲ, ମୁଦି, ସୁନା ଚେନ୍ ସହ ନଗଦ ୧ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି ସି ଏଚ୍ ଗୋପାଳ ପୃଷ୍ଟି। ଏତେ ପରିମାଣର ସୁନା ଓ ଟଙ୍କା ଲୁଟ୍ ପରେ ଭାଙ୍ଗି ପଡିଛନ୍ତି ସି ଏଚ୍ ଗୋପାଳ ପୃଷ୍ଟି । ଘଟଣାର ତଦନ୍ତ କରି ଚୋରୀ ସାମଗ୍ରୀ କିପରି ମିଳିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପୋଲିସ ନିକଟରେ ଦାବି କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment