ମୁଗମଣ୍ଡା PWD ମେନ୍ ରୋଡ୍ ଠାରୁ ଗାଁ ମଶାଣି ସଂଲଗ୍ନ ପ୍ରଧାନ ମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ମାଟି ରାସ୍ତାଟି ପାଲଟିଛି ମରଣଯନ୍ତା।

ବୋଲଗଡ଼,୧୬/୦୫(ପିପିଟି): ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସିମାଦେଇ ଯାଇଥିବା ବେଗୁନିଆରୁ ଲୋଧାଚୁଆ ପର୍ଯ୍ୟନ୍ତ ଯାଇଥିବା PWD ରାସ୍ତାରେ ନାରାୟଣୀପଡ଼ା ଆଦିବାସୀ ସାହି ଛକ ଓ ମୁଗମଣ୍ଡା ଗ୍ରାମ ଛକ ମେନରୋଡ ମଧ୍ୟରେ ଥିବା ମହାବୀର ଗ୍ରିଲ ଦୋକାନ ନିକଟରୁ ପୂର୍ବକୁ ପଡ଼ିଥିବା ମାଟି ରାସ୍ତାଟି ମୁଗମଣ୍ଡା ଟାଙ୍ଗୀସାହି (ନୁଆସାହି)ରୁ ଚରଣ ଲେଙ୍କା ଙ୍କର ଘର ଦେଇ ଗାଁ ସ୍ମଶାନ ସଂଲଗ୍ନ ବୋରିକ ଯାଇଥିବା ପିଚୁ ରାସ୍ତାରେ ମିଶିଛି l ଏହି ରାସ୍ତାଟି ସରକାରୀ ଜମିରେ ଯାଉଥିଲେ ହେଁ ରାସ୍ତାଟିର ଉନ୍ନତି ପାଇଁ କାହାର ନଜର ନ ଥିବାରୁ କେତେକ ସ୍ୱାର୍ଥ ଲୋଭି ବ୍ୟକ୍ତି ରାସ୍ତା ଅଧା ପର୍ଯ୍ୟନ୍ତ ଅକ୍ତିଆର କରିନେଲେଣି ଯାହା ଫଳରେ ରାସ୍ତାଟି ସଂକୁଚିତ ହେବାସହିତ ସମ୍ପୂର୍ଣ୍ଣ ବକ୍ର ହେବାରେ ଲାଗିଛି l ଲୋକମାନେ ଯାତାୟାତରେ ଅନେକ ସମସ୍ୟା ଭୋଗୁଥିବା ସ୍ଥଳେ ଏହି ରାସ୍ତାରେ ପ୍ରାୟ ସବୁବେଳେ ପଥର ବୁହା ୪୦୭,କୁକୁଡ଼ା ଦାନା ବୁହା ବଡ଼ ଗାଡି ଓ ଅନ୍ୟାନ ଗାଡି ଯାତାୟାତ କରି ଆହୁରି ବଡ ବଡ଼ ଖାଲ କରିଥିବା ବେଳେ ବର୍ଷାରେ ରାସ୍ତାଟି ଧୋଇ ହୋଉ ଧୋଡା ଫିଟି ଯାଇଛି l ଅଳ୍ପ ଟିକେ ବର୍ଷା ହେଲେ ଅବା ଅସରାୟେ ବର୍ଷା ହେଲେ ଖାଲେ ଖାଲେ ପାଣି ଜମି ଯାଉଥିବାରୁ ରାସ୍ତାଟିରେ ସମ୍ପୂର୍ଣ୍ଣ ଯାତାୟାତ ଠପ ହୋଇ ଯାଉଛି l ଗ୍ରାମ ସଭାରେ ଅନେକ ଥର ଏହି ରାସ୍ତା ପାଇଁ ଉପସ୍ଥାପନ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟକ୍ରମ ହୋଇନାହିଁ l ଏ ସଂକ୍ରାନ୍ତରେ ବହୁ ବାର ଗଣ ମାଧ୍ୟ୍ୟମରେ ସରକାର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ବି ଏଯାବତ ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ଙ୍କର ନଜର ନାହିଁ l ତୁରନ୍ତ ବର୍ଷା ଦିନ ପୂର୍ବରୁ ଏହି ରାସ୍ତା କାମ କରିବାକୁ ଗ୍ରାମବାସୀ ଓ ସାଧାରଣରେ ଦାବି ହେଉଛି l ପ୍ରକାଶ ଥାଉକି ରାସ୍ତାଟି ସଳଖ ଓ ଚଉଡ଼ା ହେବା ପାଇଁ ତୁରନ୍ତ ତହସିଲଦାର ମହାଶୟଙ୍କ ହସ୍ତକ୍ଷେପ ଜରୁରୀ ଆବଶ୍ୟକତା ଅଛି l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment