ମୁଖ୍ୟ ରାସ୍ତାରୁ କୁଟୁରା ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ଛାଡିଲା ବନ ବିଭାଗ ।

ଭଞ୍ଜନଗର,୧୬/୦୯(ପିପିଟି); ଭଞ୍ଜନଗର-ଫୁଲବାଣୀ ରାସ୍ତାର ଭେଜିପୁଟ କେନାଲ ସାହି ନିକଟରୁ ଗତକାଲି ରାତିରେ ଏକ କୁଟୁରା କୁ ସ୍ଥାନୀୟ ଯୁବକ ଉଦ୍ଧାର କରି ବନ ବିଭାଗ କୁ ଖବର ଦେଇଥିଲେ।ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି କୁଟୁରା ଟିକୁ ନେଇ ଗାଲେରୀ ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି ।ଖାଦ୍ୟ ସନ୍ଧାନରେ ନିକଟସ୍ଥ ଜଙ୍ଗଲରୁ କେତେକ କୁଟୁରା ଜନ ବସତି ଆଡକୁ ଚାଲି ଆସିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ କୁଟୁରା ବାଟ ବଣା ହୋଇ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସିଥିଲା। ତାହାକୁ ଦେଖି କିଛି କୁକୁର ଗୋଡ଼ାଇବାରୁ ସେ ଜୀବନ ବିକଳରେ ଏକ ଡ୍ରେନ ଭିତରେ ପଡିଯାଇଥିଲା।ଏ ହା ଦେଖି କୃଷ୍ଣ ବିଷୋୟୀ ନାମକ ଜଣେ ଯୁବକ ସେଠାରୁ କୁକୁର ମାନଙ୍କୁ ଘଉଡାଇବା ସହ କୁଟୁରା ଟିକୁ ଅନ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରିଥିଲେ।ଉଦ୍ଧାର କୁଟୁରା ଟି ସୁସ୍ଥ ଥିବା ବେଳେ ତାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଏ.ସି.ଏଫ ସୁଦର୍ଶନ ବାଦୀ କହିଛନ୍ତି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment