ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଡାକ୍ତରମାନଙ୍କୁ ସ୍ବାଗତଂ ।

ମାଲକାନଗିରି,୧୮/୦୯(ପିପିଟି): ମାଲକାନଗିରି ଜିଲ୍ଲର ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ପ୍ରତ୍ୟେକ ମାସରେ କଟକ ବଡ ମେଡ଼ିକାଲରୁ ହେଲିକପ୍ଟର ଯୋଗେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଆସି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ଯ ଜିଲ୍ଲା ଚିକିତ୍ସାଳୟକୁ ଆସି ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଏସ .ସି. ବି କଟକ ବଡ ମେଡିକାଲର ଡାକ୍ତରମାନେ ଆଜି ମାଲକାନଗିରିରେ ପହଞ୍ଚିଥିଲେ ।ସେମାନେ ହେଲେ ଡ.ଜ୍ୟୋତିର୍ମୟ ନାୟକ,ଆସିଷ୍ଟାଣ୍ଟ ପ୍ରଫେସର, ଡାକ୍ତର ଶଙ୍କର୍ଷଣ ପଟେଲ, ଆସିଷ୍ଟାଣ୍ଟ ପ୍ରଫେସର, ଡାକ୍ତର ଚିନ୍ମୟାନନ୍ଦ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଓ ଡାକ୍ତର ରଞ୍ଜନ କୁମାର ମହାନ୍ତି । ସେମାନେ ହେଲିକ୍ୟାପ୍ଟର ଯୋଗେ ଆସି ରୋଗୀମାନଙ୍କୁ ସେବା ଯୋଗାଇ ଥିଲେ। ଏହି ଅବସରରେ ଅଧ୍ଯପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସମସ୍ତ ଡାକ୍ତର ମାନଙ୍କୁ ବି.ଏସ.ଏଫ ହେଲିପ୍ୟାଡରେ ଉପସ୍ଥିତ ରହି ସ୍ୱାଗତଂ ଜଣାଇବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ । ଡାକ୍ତର ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ଡ଼ି.ଏଚ.ଏଚ,ମାଲକାନଗିରିର ଡ଼ଃ ନାରାୟଣ ପାତ୍ର ଓ ଏନ.ଏଚ.ଏମ ର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment