ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ଉପଲକ୍ଷେ ଶେରଗଡ଼ ବିଜେଡ଼ିର ରକ୍ତଦାନ ଶିବିର ଅନୁଷ୍ଠିତ ।

ଶେରଗଡ଼,୧୬/୧୦(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ତମ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ପିତଳ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ରେ ସର୍ବ ମୋଟ ୧୧୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି ସଭାପତି, ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟନାୟକ,ପ୍ରମୋଦ ପାତ୍ର, ବରୁଣ ପୋଲାଇ, ସରୋଜ କୁମାର ପାତ୍ର, ଶତ୍ରୁଘ୍ନ ଭୂୟାଁଙ୍କ ସହ ଶେରଗଡ଼ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସହ ବହୁ ଯୁବ ଓ ଛାତ୍ର ବିଜୁ ପ୍ରେମୀ ଉକ୍ତ ରକ୍ତଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )

Comments (0)
Add Comment