ବୋଲଗଡ଼,୧୬/୧୦(ପିପିଟି):ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ମାନ୍ୟବର ବିଧାୟକ ବେଗୁନିଆ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ବାନ ରେ ଯୁବ ସଂଗଠକ ଅଭିଷେକ ସିଂହ ସାମନ୍ତ,ଡକ୍ଟର ସୌମେନ୍ଦ୍ର ସାହୁଙ୍କ ସଂଯୋଜନା ଓ ଶୁଭକାନ୍ତ ମହାପାତ୍ର ରାଜ୍ୟ ସମ୍ପାଦକ ବିଜୁ ଯୁବ ଜନତା ଦଳ ଙ୍କ ପରିଚାଳନାରେ ଓଡ଼ିଶା ମୋ ପରିବାର ଓ Sunshine Hospital ଭୁବନେଶ୍ୱର ଆନୁକୁଲ୍ୟରେ ଏକ ବିରାଟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ଆଠଗୋଟି ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ୨୨୫ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ଉକ୍ତ ସ୍ବାସ୍ଥ୍ୟ ମେଳାକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯକ୍ରମରେ ବୋଲଗଡ଼ ବ୍ଲକର ଅଧକ୍ଷା ହୁଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସୁନନ୍ଦିତା ସାହୁ, ବଡକୁମାରି ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ଅଧକ୍ଷ ଗୋପାଳ ବେହେରା , ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝୀ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ମହାପାତ୍ର ସ୍ଥାନୀୟ ସରପଞ୍ଚ ପ୍ରମୋଦ ରାଉତରାୟ,ସମିତି ସଭ୍ୟ ସୁଶାନ୍ତ କୁମାର ପାଇକରାୟ, ଅଶୋକ ସାହୁ,ଦୀନବନ୍ଧୁ ସାହୁ ଓ ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)