ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଭା ଅନ୍ବେଷଣ ଟୁର୍ନାମେଣ୍ଟ ଉଦଘାଟିତ ।

ବ୍ରହ୍ମପୁର,୧୦/୦୪(ପିପିଟି): ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆଜି ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଭା ଅନ୍ବେଷଣ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି।

ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟଅତିଥି ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟ ରେଡ୍ଡି, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ତାପସ ସାମଲ ଓ ଡିଡିଏ ସମ୍ପାଦକ ଜେ କାମେଶ୍ୱର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ ।

ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡାର ଆବଶ୍ୟକତା ଓ ସଫଳ କ୍ରୀଡ଼ାବିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିବାପାଇଁ ଅତିଥିମାନେ ଖେଳାଳିମାନଙ୍କୁ ଆହ୍ୱାନ କରିଥିଲେ ।

ଉଦ୍ଘାଟନ ପରେ ଫୁଟବଲ୍ ଓ କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବିଭିନ୍ନ ଦଳ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଟ୍ରଫିର ଲକ୍ଷ୍ୟ ହେଉଛି ତୃଣମୂଳସ୍ତରରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା।

Comments (0)
Add Comment