ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ।

ବାଲିଗୁଡା,୨୧/୧୨(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି । ଜ଼ିଲ୍ଲାରେ ସମୁଦାୟ ୨୧୯୮ ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ ୭୪୨ ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ ୧୪୫୬ କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ବାଲିଗୁଡା ବ୍ଲକ,ବାଲିଗୁଡା ଏନ୍ଏସି, ତୁମୁଡିବନ୍ଧ ବ୍ଲକ,ଦାରିଙ୍ଗବାଡି ବ୍ଲକ, କୋଟଗଡ ବ୍ଲକ ର ୩୭୯ ରୁ ଉର୍ଦ୍ଧ୍ବ କଳାକାର ଦକ୍ଷତା ପରୀକ୍ଷା ଦେଇଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଞ୍ଜନ କହଁର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପାରମ୍ପରିକ ଲୋକକଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ , ଲାଇବ୍ରେରୀ ଆସିଷ୍ଟାଣ୍ଡ ନରେଶ ସାହୁ , ସୁବ୍ରତ ପତି, ପଞ୍ଚାନନ କହଁର, ସରୋଜ କୁମାର ପାତ୍ର,ବିଜୟ ପାତ୍ର, ସିମାଞ୍ଚଳ ମାଝୀ, ଦାରିଙ୍ଗବାଡି ବ୍ଲକକଳା ଓ ସଂସ୍କୃତି ସଂଘର ଉପ ସଭାପତି ଗୋଲକ ବିହାରୀ ମଲ୍ଲିକ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment