ମୁଖ୍ୟମନ୍ତ୍ରୀ ଓ 5T ସଚୀବଙ୍କ ଠାରୁ ଅଧିକ ପ୍ରଭାବଶାଳୀ ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା।

ବ୍ରହ୍ମପୁର,୨୪/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ ଦୁର୍ନୀତିର ବୁଢିବୁଢିଆଣୀ ଜାଲ ଭଳି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଦୁର୍ନୀତି ମୁକ୍ତ ହେବା ବଦଳରେ ଦୁର୍ନୀତିର କାୟା ବୃଦ୍ଧି ପାଉଛି। ବ୍ରହ୍ମପୁର ଭିଜିଲାନ୍ସ ଏସପି ପଦବୀରେ ଦୀର୍ଘ ଦିନ ହେଲା ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ନଦେଇ ଓପିଏସଙ୍କୁ ନିଯୁକ୍ତି ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଦୁର୍ନୀତିର ସରଳୀକରଣ ଚାଲିଛି। ବିଗତ ୧୦ ବର୍ଷ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଦୁର୍ନୀତିର ତଦନ୍ତ ପାଇଁ କେତେ ଅଭିଯୋଗ ହୋଇଛି ଏବଂ କେତେ ତଦନ୍ତ ହୋଇଛି ମୁଖ୍ୟମନ୍ତ୍ରୀ କେବେ ସମୀକ୍ଷା କରିଛନ୍ତି କି ? ଗଞ୍ଜାମ ଜିଲ୍ଲାରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ଚରମ ସୀମାରେ। ଗଞ୍ଜାମ ଜିଲ୍ଲାର କରିତ୍‌କର୍ମା ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ପ୍ରାୟ ୧୫ ବର୍ଷ ଧରି ଗୋଟିଏ ଜିଲ୍ଲାରେ ଆସ୍ଥାନ ଜମାଇ ବସିଛନ୍ତି। ତାଙ୍କ ପାଇଁ ସର୍ଭିସ୍ ଆକ୍ଟ କୋମାକୁ ଚାଲିଯାଇଛି। ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ଦୀର୍ଘ ବର୍ଷ ଧରି ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ,ବିଭାଜନ,ବ୍ରହ୍ମପୁର ଦାୟିତ୍ଵରେ ରହିଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ଶହ ଶହ କୋଟି ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥିଲା ଏବଂ ଭିଜିଲାନ୍ସରେ ଅଭିଯୋଗ ମଧ୍ୟ ହୋଇଛି। ୨୦୧୩ ଫାଇଲିନ ସମୟରେ ପାଣି ଟ୍ଯାଙ୍କର ବଦଳରେ ମୋଟରସାଇକେଲ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ଅର୍ଥ ହରିଲୁଟ ହୋଇଥିବା ସୂଚନା ତଥ୍ୟରୁ ଜଣା ପଡିଥିଲା ଏବଂ ଜଳ ଯୋଗାଣ ଓ ଜେନେରେଟରର ବ୍ଯବହାର ନେଇ ମିଥ୍ଯା ବିଲ୍ ହୋଇଛି କିନ୍ତୁ ତଦନ୍ତ ନହେବା ଆଶ୍ଚର୍ଯ୍ୟ ବିଷୟ ପାଲଟିଛି। ଭିଜିଲାନ୍ସ ବିଭାଗରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରି ତଦନ୍ତ ଫାଇଲକୁ ବନ୍ଦ କରି ରଖିଛନ୍ତି। ବିବାଦ ପରେ ଜନ ସ୍ବାସ୍ଥ୍ୟ ବିଭାଗ,ବ୍ରହ୍ମପୁର ଡିଭିଜନକୁ ବଦଳି ହୋଇ ସେଠାରେ ମଧ୍ୟ ପ୍ରାୟ ୫ ବର୍ଷ ଆସ୍ଥାନ ଜମାଇ ବସିଛନ୍ତି। ପିଏଚଡି ରେ ମଧ୍ୟ ଦୁର୍ନୀତି ଗନ୍ଧ ବାହାରିଲାଣି ଏବଂ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି କିନ୍ତୁ ସ୍ବଛ ସରକାର ନୀରବତାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଦୁର୍ନୀତିର କିଛି ଅଂଶ ଜିଲ୍ଲାପାଳଙ୍କ ପାଖକୁ ଯାଉଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ ବୋଲି ଚା ଖଟିରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବର୍ତ୍ତମାନର 5T ସଚିବ ବିଗତ ଦିନରେ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଓଡିଆ ବୁଝିବାକୁ ନାହିଁ ଏବଂ ଗଞ୍ଜାମ ଜିଲ୍ଲାର ଭ୍ରଷ୍ଟ ବ୍ଯବସ୍ଥା ଉପରେ ଧାରଣା ନାହିଁ। ଗଞ୍ଜାମ ଜିଲ୍ଲାରେ ଖାଲି ବିକାଶ ପାଇଁ ଅନୁଦାନ ଦେଇଦେଲେ ହେବ ନାହିଁ। ଅନୁଦାନ ସଠିକ୍ ବିନିଯୋଗ ହୋଇଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ ଓ ସମୀକ୍ଷା କରିବା ଆବଶ୍ୟକ। ଅଫିସର ମାନଙ୍କ ଦ୍ଵାରା ସବୁ ନିୟନ୍ତ୍ରଣ ହେବା ଏବଂ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଅଫିସର ରାଜ ଚାଲିଛି । ବର୍ତ୍ତମାନ ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ପଦୋନ୍ନତି ପାଇ ଅଧୀକ୍ଷଣ ଯନ୍ତ୍ରୀ ଭାବରେ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇବେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ସେଥିପାଇଁ କୁଆଡେ 5T ସଚିବଙ୍କ ନିକଟରେ ଭୋଗରାଗ ଲାଗିବ ବୋଲି ଶୁଣିବାକୁ ମିଳୁଛି କିନ୍ତୁ ଏ ଚର୍ଚ୍ଚା କେତେ ଦୂର ସତ୍ୟାସତ୍ଯ ତାହା ଅନୁସନ୍ଧାନ ସାପେକ୍ଷ। ସାଧାରଣରେ ପ୍ରଶ୍ନ ଉଠିଛି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ସମୀକ୍ଷା କରିବେ କି ? ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ଅଖଣ୍ଡ ପ୍ରଭାବ ଆଗରେ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଅସାହୟ କାହିଁକି ? ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଶଦ୍ଦ ଯାତ୍ରାରେ ପେଁକାଳି ବାଜିଲାଭଳି ଅବସ୍ଥା। ଜନତାଙ୍କ ଧ୍ୟାନ ହଟାଇବା ପାଇଁ ସ୍ବଛ ଶାସନ,ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଶଦ୍ଦକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି ବୋଲି ଏବେ ରାସ୍ତାଘାଟ ଚର୍ଚ୍ଚା ଶୁଣିବାକୁ ମିଳୁଛି।

Comments (0)
Add Comment