କୋଦଳା,୨୧/୦୫(ପିପିଟି); ମର୍ଦ୍ଦମେଖ ପଞ୍ଚାୟତ ତଥା ପଞ୍ଚାୟତ ପ୍ରତିନିଧିଙ୍କ ଅନୁରୋଧ ପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ “ଓଡିଶା ମୋ ପରିବାର “ସହାୟତା ରେ ସୁଦୂର ଦୁବାଇ ରୁ ଜଣେ ପ୍ରବାସି ଶ୍ରମିକଙ୍କ ମୃତ ଶରୀର ଆଜି ନିଜ ଜନ୍ମମାଟିରେ ପହଁଚିଛି । ମେ ମାସ ୫ତାରିଖ ଦିନ ସୁଦୂର ଦୁବାଇ ରେ କାର୍ଯ୍ୟରତ ଶ୍ରମିକ ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତ ଗୁଡ଼ିଆଳି ଗ୍ରାମର ଗୌରହରୀ ସ୍ୱାଇଁଙ୍କ ହଠାତ ସ୍ୱାସ୍ଥ୍ୟ ଖରାପ ହୋଇ ମୃତ୍ୟୁ ବରଣ କଲେ । ଖବର ପାଇବା ପରେ ପରିବାରରେ ଶୋକ ର ଛାୟା ଖେଳିଯାଇଥିଲା । ଯେମିତି ବି ହେଉ ଦୁବାଇ ରୁ ନିଜ ଜନ୍ମ ମାଟିକୁ କିପରି ମର ଶରୀର ପହଁଞ୍ଚିବ ସେଥିପାଇଁ ଚେଷ୍ଟା କରି ବିଧାୟକାଙ୍କୁ ଟୁଇଟ କରି ଓ ଗ୍ରାମ ପଞ୍ଚାୟତ ସରପଞ୍ଚ ହୃଷିକେଶ ମେହେଣାଙ୍କ ସହାୟତା ନେଇ ଗୌରହରୀଙ୍କ ପରିବାର ସ୍ଥାନୀୟ ବିଧାୟିକାଙ୍କୁ ଉକ୍ତ ମରଶରୀର ଫେରାଇ ଆଣିବା ପାଇଁ ଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରିଥିଲେ । ସେହିସମୟରୁ ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ “ଓଡିଶା ମୋ ପରିବାର” ର ସହଯୋଗ ରେ ସମସ୍ତ ପ୍ରକାର ଚେଷ୍ଟା କରି ଆଜି ଦୀର୍ଘ ଷୋହଳ ଦିନ ପରେ ଗୌରହରୀ ର ମୃତ ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବାରେ ସଫଳ ହୋଇଛି । ଶୁକ୍ରବାର ଦିବା ୧୨ଘଣ୍ଟ ସମୟ ରେ ଦୁବାଇ ରୁ ଭୁବନେଶ୍ୱର ରେ ମର ଶରୀର ପହଞ୍ଚିବା ପରେ ବିଧାୟିକା ସେଠାରେ ଉପସ୍ଥିତ ରହି “ଓଡିଶା ମୋ ପରିବାର “ର ଏକ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ନିଜଜନ୍ମ ଗ୍ରାମ ଗୁଡ଼ିଆଳିକୁ ପଠାଇଥିଲେ । ମରଶରୀର ଗ୍ରାମରେ ପହଂଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଥିଲା । ବ୍ଲକ ପ୍ରଶାସନ,ପଞ୍ଚାୟତ ପ୍ରତିନିଧି, ପରିବାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମ ସ୍ମଶାନ ରେ ଶବ ଦାହ କରାଯାଇଥିଲା ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)