ବ୍ରହ୍ମପୁର, ୧୮/୧୦(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦୀପତଳ ଅନ୍ଧାର ଭଳି ଘଟଣା ଦେଖିବାକୁ ମିଳିଛି ।ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ସହିତ କିଛି ସ୍ଥାନୀୟ ନେତାଙ୍କର ସ୍ବାର୍ଥ ପାଇଁ ବିକାଶ ବାଟବଣା। ଏହି କ୍ରମରେ କୃଷିବିଭାଗର ହର୍ଟିକଲଚର ଏକ ବିଭାଗୀୟ କାର୍ଯ୍ୟାଳୟ ସ୍ଥାନୀୟ ହିଞ୍ଜିଳି ବ୍ଳକର ରାଳବ ପଞ୍ଚାୟତରେ ପ୍ରତିଷ୍ଠିତ ହେଇଛି । ଏଥିଦ୍ବାରା କୃଷକ ମାନଙ୍କର ଉଦ୍ଯାନ ଭିତ୍ତିକ କୃଷିକର୍ମାଣିରେ ଚାଷୀ ମାନଙ୍କର ଆର୍ଥିକ ଅଭିବୃଦ୍ଧିର ଉଦ୍ଦେଶ୍ଯ ରଖି ଆରମ୍ଭ ହୋଇଥିବା କାର୍ଯ୍ଯାଳୟଟି ବର୍ତ୍ତମାନ ପଙ୍ଗୁ ଅବସ୍ଥାରେ ରହିଛି । କିନ୍ତୁ ଏଥିପାଇଁ ଆନୁସଙ୍ଗିକ ବିଦ୍ଧି ବ୍ଯବସ୍ଥାରେ ରାଜ୍ଯ ସରକାର କୌଣସି ଅବହେଳା କରି ନଥିବା ଦୃଷ୍ଟିକୁ ଆସିଥିଲା । ବର୍ତ୍ତମାନକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ନେତାଙ୍କର ଦାୟିତ୍ଵ ହିନତା ପାଇଁ ଫାଟକରେ ଅନେକ ଦିନ ଧରି ତାଲା ଝୁଲୁଛି । ଘଟଣା ସଂପର୍କରେ ସହକାରୀ ଉଦ୍ଯାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ କାର୍ଯ୍ଯାଳୟ ଗୃହ ନିର୍ମାଣ ସରିଥିଲେ ମଧ୍ଯ ଆମକୁ ହସ୍ତାନ୍ତର ହୋଇ ନାହିଁ,ଆମେ କାର୍ଯ୍ଯାଳୟ ଆରମ୍ଭ ପାଇଁ ଦେଖିଲା ବେଳେ କାର୍ଯ୍ଯାଳୟର ଭିତର ପାର୍ଶ୍ବର ଚଟାଣର କିଛି ଅଂଶ ଦବି ଯାଇଥିଲା, ମରାମତି ପାଇଁ କୁହାଯାଇଛି ଏବଂ ବିଦ୍ଯୁତ୍ ସଂଯୋଗ ପରେ କାର୍ଯ୍ଯାଳୟ ଆରମ୍ଭ ହେବ ବୋଲି ଅଧିକାରୀ କହିଲେ। ଏଣୁ ଏହି ହର୍ଟିକଲଚର କାର୍ଯ୍ୟାଳୟର ଗୃହ ନିର୍ମାଣ କେଉଁ ବିଭାଗ କରିଛି, ସମୟସୀମା ମଧ୍ଯରେ କାର୍ଯ୍ୟ ନସାରି ଗୃହ ହସ୍ତାନ୍ତରରେ ବିଳମ୍ବ କିହିଁକି ହେଲା, ନିମ୍ନମାନର କାର୍ଯ୍ୟ ପାଇଁ ପୁଣି ମରାମତି ହେବ। ଏଥିପାଇଁ କିଏ ଦାୟୀ ଏବଂ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।