ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି, ପୁନଃରୁଦ୍ଧାର ନାଁ ରେ ସରକାରୀ ଅର୍ଥ ଚଳୁ।

ଶେରଗଡ,୧୯/୦୬(ପିପିଟି); ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନୟନ ନା ରେ ସରକାରୀ ଅର୍ଥ ଚଳୁ। ବିନା କୌଣସି କାର୍ଯ୍ୟ କରି କେବଳ ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲପାସ । ଗଞ୍ଜମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମରୁ ଆସିଛି ଏହିଭଳି ଅଭିଯୋଗ। ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର-୩ ଓ ଅଙ୍ଗନୱାଡି କେନ୍ଦ୍ର-୪ ଉଭୟ ପାଇଁ ୨୦୧୮-୧୯ ରେ ତିତିଲି ବାତ୍ୟା ସମୟରେ ଏକ ଲକ୍ଷ ଲେଖାଏ ଆସିଥିଲା । କେନ୍ଦ୍ରର ତିତିଲି ପୁନରୁଦ୍ଧାର ପାଇଁ ହେଲେ ଅଙ୍ଗନବାଡି କେନ୍ଦ୍ରରେ ଟଙ୍କାକର କାର୍ଯ୍ୟ ନ କରି କେବଳ କାନ୍ଥରେ ମାଳ ମାଳ ଫଳକ ଲଗାଇ ଠିକାଦାର ସମସ୍ତ ଅର୍ଥ ଚଳୁ କରିଦେଇଥିବା ପରି ସାଙ୍ଘାତିକ ଅଭିଯୋଗ ଆସିଛି। ସରକାରୀ ଅଫିସର ଓ ଠିକାଦାରଙ୍କ ମିଲିଭଗତରେ ଘୋଟଲା। ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଅଙ୍ଗନୱାଡି କେନ୍ଦ୍ର-୩ ର କାର୍ଯ୍ୟରତ ୱାର୍କରଙ୍କ କହିବା ମୁତାବକ ତିତିଲି ସମୟରେ ତାଙ୍କ ଅଙ୍ଗନବାଡି କେନ୍ଦ୍ରର କୌଣସି କ୍ଷତି ହୋଇନଥିଲା କି ତିତିଲି ପରେ ମଧ୍ୟ କେନ୍ଦ୍ରରେ କୌଣସି କାର୍ଯ୍ୟ ହୋଇ ନାହିଁ। ତଥାପି ଏକଲକ୍ଷ ଟଙ୍କା ଆସିଥିବାର ଫଳକ ଅଙ୍ଗନୱାଡି କେନ୍ଦ୍ର କାନ୍ଥରେ ଲାଗିବାର ଦେଖି ସେ ବିଷୟରେ ସୁପ୍ରଭାଇଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସେ କିଛି କହିନଥିଲେ। ସେହିଭଳି ଅଙ୍ଗନୱାଡି କେନ୍ଦ୍ର-୪ ରେ ତିତିଲି ସମୟରେ ପାହାଡ଼ର ପାଣି କେନ୍ଦ୍ର ମଧ୍ୟକୁ ପସିଯାଇଥିଲା।ହେଲେ ତିତିଲି ପରେ କେନ୍ଦ୍ରର କୌଣସି କାର୍ଯ୍ୟ କରାଯାଇନଥିଲା। ଯେତେବେଳେ ଅଙ୍ଗନୱାଡି କର୍ମୀ ଜାଣିବାକୁ ପାଇଥିଲେ। ଯେ ତାଙ୍କ କେନ୍ଦ୍ରକୁ ତିତିଲି ପୁନରୁଦ୍ଧାର ପାଇଁ ଏକଲକ୍ଷ ଆସିଛି ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ଏପରିକି ବାରମ୍ବାର ଅଭିଯୋଗ କରିଥିଲେ । ମଧ୍ୟ ତାଙ୍କ ସେଣ୍ଟର ରେ ମଧ୍ୟ ଏଯାବତ କୌଣସି କାଯ୍ୟ ହୋଇନାହିଁ। କେବଳ ତିତିଲି ପୁନରୁଦ୍ଧାର ପାଇଁ ଏକଲକ୍ଷ ଟଙ୍କାର ଗୋଟିଏ ଫଳକ ଅଙ୍ଗନବାଡି କେନ୍ଦ୍ର-୪ ନାମରେ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏସବୁ ବିଷୟରେ ଆମେ ଶେରଗଡ଼ ସିଡ଼ିପିଓ ଗୀତରାଣୀ ରାଉଳଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ବର୍ତ୍ତମାନ ୪ ଦିନ ହେଲା ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା କରିଛନ୍ତି ଏବଂ ବିଡ଼ିଓ ଙ୍କ ସହ ଆଲୋଚନା କରି ତାହାର ତଦନ୍ତ କରିବେ ବୋଲି କହିଛନ୍ତି। ହେଲେ ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଯଦି ତିତିଲି ସମୟରେ ଅଙ୍ଗନୱାଡି କେନ୍ଦ୍ର ୩ ର କୌଣସି କ୍ଷତି ହୋଇନଥିଲା। ତେବେ ତିତିଲି ପୁନଃରୁଦ୍ଧାର ପାଇଁ ଏକଲକ୍ଷ ଟଙ୍କା ଆସିଲା କେମିତି।ସେହିପରି ତିତିଲି ସମୟରେ ପ୍ରଭାବିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ର-୪ ରେ କୌଣସି କାର୍ଯ୍ୟ ଏଯାବତ ନ ହୋଇ କାନ୍ଥ ରେ ଫଳ ଲାଗିଲା କେମିତି। ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ଫାଇବଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment