ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଆଇନ ମୋରମ ଚାଲଣ;ପ୍ରଶାସନିକ ଅଧିକାରୀ ନୀରବ ଦ୍ରଷ୍ଟା,କାହାର ଭାଗ କେତେ !!

ବ୍ରହ୍ମପୁର,୧୭/୦୫(ପିପିଟି);ସରକାରଙ୍କ ଲଘୁଖଣିଜ ଖନନ କାର୍ଯ୍ୟ ଆରମ୍ଭ ପୁର୍ବରୁ ରାଜସ୍ବ ପୈଠ ହୋଇ ଲଘୁଖଣିଜ ଚାଲଣ ବିଧେୟ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକରେ ନିୟମ ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ସବୁ ନିୟମ ଆଇନ କାନୁନ ଖଣିମାଫିଆ, ଠିକାଦାର ,ରାଜନେତା ଓ ପ୍ରଶାସକ ମାନଙ୍କ ଝୁଲାମୁଣି ଭିତରେ ଲୁଚିଯାଉଛି । ଏଠାରେ ନିୟମ କୁ ଵାଏ ବାଏ କରି ବେନିୟମକୁ ନିୟମଯୁକ୍ତ ଆଇନରେ ପରିଣତ କରିସାରିଲେଣି । ଖୋଦ ଏହାର ଉଦାହରଣ ନମୁନା ଶେରଗଡ଼ ବ୍ଳକ ରାଜସ୍ବ ଅଞ୍ଚଳରେ ଦେଖିବାକୁ ମିଳିଛି ।ଏକ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ରାସ୍ତାକୁ ମୋରମ ଚଲାଣ ନିମନ୍ତେ ଖୋଲା ବେଆଇନ ବାଟ ଫିଟାଇଥିବାର ସାଧାରଣରେ ତିବ୍ର ଆଲୋଚନା ହେଉଛି । ଜନସାଧାରଣଙ୍କ ପ୍ରକାରେ ରାସ୍ତା ନିର୍ମାଣ ପାଇଁ ଗୋବିନ୍ଦପୁର ରାଜସ୍ବ ଅଞ୍ଚଳରେ ଥିବା ପାହାଡ ରୁ ପ୍ରାୟ ୧୦ଟି ଟ୍ରାକ୍ଟର ଓ ଏକ ହିଟାଚି ମାଧ୍ୟମରେ ମୋରମ ଖନନ କରାଯାଇ ଶହଶହ ସଂଖ୍ୟାର ମୋରମ ବୋଝେଇ ଟ୍ରାକ୍ଟର ଆଜକୁ ଦଶଦିନ ମଧ୍ୟରେ ଚାଲଣ ହୋଇଥିବା କୁହାଯାଉଛି ।ଆଜି ଅର୍ଥାତ ତା୧୭/୫/୨୧ରିଖ ଦିନ ସଂପୃକ୍ତ ଅଚଳର ରାଜସ୍ବ ଅଧିକାରରୀଣୀ ଙ୍କୁ ଫୋନ ମାଧ୍ୟମରେ ପଚରାଯିବାରୁ ଉତ୍ତର ରେ ମହୋଦୟା ଜଣକ କହିଥିଲେ ଯେ ବେଆଇନ ମୋରମ ଚାଲଣ ପାଇଁ ପ୍ରାୟ ୫ଦିନ ତଳେ ଏକ ଟ୍ରାକ୍ଟର କୁ ୫ହଜାର ଜରିମାନା କରାଯାଇଥିବା ବେଳେ, ଆଜିକା ଦିନରେ ଆଉଗୋଟିଏ ଟ୍ରାକ୍ଟର କୁ ଚୋରାଚାଲଣ ପାଇଁ ୭୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।ଅପରପକ୍ଷରେ ରୋଡ ନିର୍ମାଣ ପାଇଁ କୌଣସି ସଂସ୍ଥା ପକ୍ଷରୁ ମୋରମ ଖନନ ଓ ଚାଲଣ ପାଇଁ ଅନୁମତି ଦିଆଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । କିନ୍ତୁ ଏଭଳି ଚୋରା କାର୍ଯ୍ୟ ଚାଲିଥିବା ସୁଚନା ଦିଆଯିବାପରେ ରାଜସ୍ବ ନିରୀକ୍ଷକ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଏହି ଚୋରାଚାଲଣ ପଛରେ କାହାର ହାତ ରହିଛି ଯାଦ୍ବାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟିଛି ତାହା ଅନୁସନ୍ଧାନ ସାପେକ୍ଷ ।

Comments (0)
Add Comment