ହିଞ୍ଜିଳିକାଟୁ,୦୭/୦୪(ପିପିଟି); ପାନୀୟ ଜଳ ଭଳି ସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହିଞ୍ଜିଳି ବ୍ଳକ ଖରିଡା ପଞ୍ଚାୟତର ଓ୍ବାର୍ଡ଼ ନଂ ୧୦ ର ସାଧାରଣ ଜନତା । ସୁଚନାପ୍ରକାରେ ଲକ୍ଷ୍ମୀନୃସିଂହ ସାହିର ବହୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଗତ ୨ବର୍ଷରୁ ଅଧିକ ସମୟ ଧରି ପଞ୍ଚାୟତର ବିଶୁଦ୍ଧ ପାନୀୟ ଜଳର ଯୋଗାଣରୁ ବଞ୍ଚିତ ଥିବା କହିଛନ୍ତି ସାହି ବାସିନ୍ଦା । ନଳକୂପଟି ର ଜଳ କିଛି ଘଣ୍ଟା ପରେ ଜଙ୍ଗ ଓ ଗୋଳିଆ ପାଣି ବାହାରୁଛି ବୋଲି କହିଛନ୍ତି ଲକ୍ଷ୍ମୀନୃସିଂହ ସାହି ବାସିନ୍ଦା । ଅନ୍ଯପଟେ ଖରିଡା ଆଡୁଆସାହି ଓ ବଡଦାଣ୍ଡ ସାହି ପାଣିର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ , ତେଲି ସାହି ଓ କେନାଲ ସାହିବାସିନ୍ଦା ପାଣି ପାଇଁ ସ୍ତ୍ରୀ ଲୋକ ମାନେ ଏ ସାହିରୁ ସେ ସାହି ହାଣ୍ଡି ମାଠିଆ ଓ ବାଲଟି ଧରି ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସଧାରଣଙ୍କ ତରଫରୁ ଦାବି ହୋଇଛି ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା ।)