ଶେରଗଡ଼:୨୮/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ପିତଳ ମଣ୍ଡଳ ସଭାପତି ନୟନ ମଲ୍ଲିକଙ୍କ ନେତୃତ୍ବରେ ମା କାମାକ୍ଷୀ ମନ୍ଦିର ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ସହ ନୂତନ ଦାୟିତ୍ୱ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଓ ଦେଶରେ ବିଜେପି ପ୍ରତି ବଢୁଥିବା ଲୋକପ୍ରିୟତା ଓ ଆସ୍ଥାକୁ ପାଥେୟ କରି ସ୍ଥାନୀୟ ସ୍ତରରେ ବିଜେପିର ଶକ୍ତି ବଢାଇବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ନରେନ୍ଦ୍ରପୁର ର ମା କାମାକ୍ଷୀ ଠାରେ ଉକ୍ତ ମିଶ୍ରଣ ପର୍ବ ରେ ନରେନ୍ଦ୍ରପୁର,ସମେତ ବିଭିନ୍ନ ଗ୍ରାମରୁ ବହୁ ବିଜୁ ଯୁବ ବାହିନୀ କର୍ମୀଙ୍କ ସହ ଶତାଧିକ ବ୍ଯକ୍ତି ବିଜେପି ରେ ସାମିଲ ହୋଇ ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବାକୁ ସଂକଳ୍ପ ନେଇଥିଲେ। ସାଧାରଣ ଲୋକଙ୍କ ସମସ୍ଯା ସହ ଯୋଡି ହୋଇ ସମାଧାନ ଦିଗରେ କାର୍ଯ୍ୟ କରି ବୁଥ୍ ସ୍ତରରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସଶକ୍ତ କରିବାରେ ସମସ୍ତ କାର୍ଯ୍ୟକର୍ତ୍ତା ଭୂମିକା ନିର୍ବାହ ସକାଶେ ଆହ୍ବାନ କରାଯାଇଥିଲା।ଶେଷରେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା ଓ ଜିଲ୍ଲା ସାଧାରଣ ସମ୍ପାଦକ ବନିନ୍ଦ୍ର କୁମାର ସାହୁ,ହିଞ୍ଜିଳି ନଗର ସଭାପତି ମାଧବ ଗୌଡ,ବରିଷ୍ଠ ଆଇନଜୀବୀ ପବିତ୍ର ନାୟକଙ୍କ ଉପସ୍ଥିତରେ ପିତଳ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଭାବେ ସୁଶାନ୍ତ ଶିଅକୁ ମନୋନୀତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାନନ ଡାକୁଆ,ଚିତ୍ରସେନ ବେହେରା, ଜଗନ୍ନାଥ ପାତ୍ର,ରୋହିତ ସ୍ବାଇଁ,ମୂରଲି ସ୍ବାଇଁ,ସନ୍ତୋଷ ପୋଲାଇ, ପୁରୁଷୋତ୍ତମ ସ୍ବାଇଁ, ନିଳମଣୀ ସ୍ବାଇଁ,ସୁଶାନ୍ତ କୁମାର ସେଠୀ,ସିଲୁ ଆଚାରୀ,କାହ୍ନୁଚରଣ ଶିଅ,କୃଷ୍ଣଚନ୍ଦ୍ର ସ୍ବାଇଁ,ବସନ୍ତ ସ୍ବାଇଁ,ହିନ ପ୍ରଧାନ ପିତଳ ମଣ୍ଡଳର ପାଖାପାଖି ୧୦୦ ବିଜେପି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। (ରିପୋର୍ଟ – ଭିକୁ ନାୟକ ।)