ଶେରଗଡ,୨୭/୦୯(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଠାରେ ଚାଷକାର୍ଯ୍ଯ ପାଇଁ ହନ୍ତ ସନ୍ତ ଚାଷୀ। ଚାଷୀ ହସିଲେ ଦେଶ ହସିବ।ଆଉ ଚାଷୀ କର୍ମ କଲେ ସାରା ମାନବ ସମାଜର ପେଟକୁ ଦୁଇ ମୁଠା ଦାନା ମିଳିଥାଏ। ତେଣୁ ମୁଣ୍ଡ ର ଝାଳ ତୁଣ୍ଡ ରେ ମାରି ଲହୁ ଲୁହାଣ ହୋଇ ଖରା,ଶୀତ,ବର୍ଷା ସହି ଚାଷ କାର୍ଯ୍ୟ କରିଥାନ୍ତି। ଚାଷୀ ମାନଙ୍କ ଧାନ ମୁଖ୍ୟ ଚାଷ ହୋଇଥିବା ବେଳେ ବର୍ତ୍ତମାନ ସାର (ୟୁରିଆ) ଜରୁରୀ ରହିଛି କିନ୍ତୁ ବିଡମ୍ବନାର ବିଷୟ ସାର ପାଇଁ ଅପେକ୍ଷା କରିବାକୁ ପଡୁଛି ଆଠ ରୁ ଦଶ ଘଣ୍ଟା ସୋସାଇଟି ସମ୍ମୁଖରେ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବଜାର ରେ ସାର ର କଳା ବଜାରୀ ଚାଲିଥିବା ସମୟ ରେ ସମବାୟ ସମିତି ପକ୍ଷରୁ ବିଭିନ୍ନ ସୋସାଇଟିରେ ସାର ବଣ୍ଟନ କରାଯାଉଛି ସତ କିନ୍ତୁ ସବୁଠି ଅବ୍ଯବସ୍ଥା ଦେଖିବାକୁ ମିଳୁଛି। ବଜାର ରେ ସାର ର କଳାବଜାରୀ ଚାଲିଥିବା ବେଳେ ସାର ମୂଲ୍ୟ ୫୭୦ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହେଉଛି। ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ସାର ର ପ୍ରକୃତ ମୂଲ୍ୟ ୨୭୦ ହୋଇଥିଲେ ମଧ୍ୟ ସୋସାଇଟ ସେକ୍ରେଟାରୀ ମାନେ ୩୦୦ ଟଙ୍କା ରେ ବିକ୍ରି କରୁଛନ୍ତି ଚାଷୀ ଏହାର ପ୍ରତିବାଦ କଲେ ଜବାବ ମିଳୁଛି ଇଚ୍ଛା ହେଲେ ନିଅ ନହଲେ ଚାଲିଯାଅ ସାର କିଣିବାକୁ ଚାଷୀ ବାଧ୍ୟ ହେଉଥିବା ବେଳେ ସୋସାଇଟି ମାଧ୍ୟମରେ ଆସୁଥିବା ସାର ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି।ପୁଣି ସରକାରୀ ଧାର୍ଯ୍ୟଦର ଠାରୁ ଅଧିକ ମୂଲ୍ୟରେ ସାର ବିକ୍ରି କରୁଛନ୍ତି । ଗୋବିନ୍ଦପୁର ସୋସାଇଟ ସେକ୍ରେଟାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଦପ୍ତର ଓ ୫ଟି ସଚିବ ଚାଷୀଙ୍କ ସମସ୍ଯାର ସମାଧାନ କରିବା ପାଇଁ ଚାଷୀମାନେ ଦାବି କରୁଛନ୍ତି। (ରିପୋର୍ଟ – ଭିକୁ ନାୟକ ।)