ଶେରଗଡ,୧୮/୦୮(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ପଞ୍ଚାୟତ ପୁନାନ୍ଦ ଛକ କଂସାରି ନାଳ ନିକଟରେ ଗତ କାଲି ରାତ୍ର ସମୟରେ ଏକ ଅଭାବନିୟ ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ଏକ ପଥ ଚାରି କୁ ଧକ୍କା ଦେବା ଫଳରେ ଦୀର୍ଘ ସମୟ ଧରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହି ୧୦୮ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଶେଷରେ ମୃତ୍ୟୁ ମୁଖକୁ ଚାଲିଯାଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ପୁନାନ୍ଦ ଗ୍ରାମର ମନୋଜ ନାୟକ (୪୩) ପିତା ଲିଙ୍ଗରାଜ ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମନୋଜ ନାୟକ ବିଳମ୍ବିତ ରାତ୍ରି ସମୟରେ ରାସ୍ତାରେ ଚାଲି ଚାଲି ନିଜ ବାସ ଗୃହକୁ ଫେରୁଥିଲେ । ଅପର ଦିଗରୁ ଏକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ମନୋଜ ନାୟକଙ୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ବାଇକ ଆରୋହୀ ଏବଂ ମନୋଜ ନାୟକ ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ । ଗ୍ରାମବାସୀ କାଳବିଲମ୍ବ ନକରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ଦେଢଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ର ଦେଖା ମିଳିନଥିଲା । ଫଳରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିବା ମନୋଜ ନାୟକ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିଛି ସମୟ ପରେ ୧୦୮ ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ଉତ୍ୟକ୍ତ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ଛାଡ଼ିନଥିଲେ ଏବଂ ରାସ୍ତା ରୋକ୍ କରିଥିଲେ । ଘଟଣା ସ୍ଥଳରେ ତହସିଲଦାର ଡ଼.ଦୟାସିନ୍ଧୁ ପରିଡା,ବିଡ଼ିଓ ସୃରଞ୍ଜନ କୁମାର ସାହୁ ଏବଂ ସ୍ଥାନୀୟ ପୁଲିସ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ବାଇକ ଚାଳକକୁ ପୁଲିସରେ ଜିମା ଦେଇ ବିଡ଼ିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ରେଡ଼କ୍ରସ ପାଣ୍ଠିରୁ ମୃତ ବ୍ୟକ୍ତିର ପରିବାରକୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରଶାସନ ତରଫରୁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିଶ୍ରୁତି ପରେ ରାସ୍ତା ରୋକ୍ ହଟିଥିଲା ଏବଂ ୧୦୮ ଆମ୍ବୁଲାନ୍ସକୁ ଛଡାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ କର୍ମୀ ଏବଂ ୧୦୮ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ କଳାପକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଲୋକ ମାନଙ୍କ ବିଶ୍ୱାସ ଉପରେ ପ୍ରଶ୍ନ ବାଚି଼ ସୃଷ୍ଟି କରୁଛି । ରିପୋର୍ଟ – ଭିକୁ ନାୟକ ।