ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ।

ତିର୍ତ୍ତୋଲ,୨୦/୧୧(ପିପିଟି);ତିର୍ତ୍ତୋଲସ୍ଥ ହାଇସ୍କୁଲ ମଣିଚରଣ ଶାରଳା ଏକାଡେମୀରେ ଏକ ସଭାର ଆୟୋଜନ କରି ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଜଗତସିଂହପୁର ଜିଲ୍ଲାର ୧୪ ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତିି ମାନ୍ଯଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟଓ୍ଵାରୀ ,ଲୋକସଭା ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ୍, ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ , ତିର୍ତ୍ତୋଲ ବ୍ଲକ ଵିଡିଓ ଅଟଳ ବିହାରୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ: ସୁକାନ୍ତ କୁମାର ମହାନ୍ତି । )

Comments (0)
Add Comment