ମୁକ୍ତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

କୋଦଳା,୦୩/୦୭(ପିପିଟି):ସୋମବାର କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ମୁକ୍ତା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୱାର୍ଡ ଅଫିସ ପରିଚାଳନା କମିଟି, ୱାର୍ଡ ସଂଯୋଜିକା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷ୍ୟଣ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରି ନବୀନ ବାବୁଙ୍କ ମା ମାନଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କୁ ରୋଜଗାର କ୍ଷମ ଓ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି “ମୁକ୍ତା” ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା । ଏହି ଯୋଜନା ରେ ମହିଳା ମାନେ ବହୁ ବିକାଶ କାର୍ଯ୍ୟ କରି ଲାଭବାନ ହୋଇଛନ୍ତି ।ଗତ ୨୭/୦୬/୨୦୨୩ ରେ 5T ସଚିବଙ୍କୁ କୋଦଳା ଏନ୍ଏସି ର ବିକାଶ ପାଇଁ ବିଧାୟିକା ମୁକ୍ତା ପ୍ରକଳ୍ପ ପାଇଁ ୨କୋଟି ୪୬ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଦେଇଥିଲେ ବର୍ତ୍ତମାନ ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇ ଆସିଯାଇଥିବାରୁ, ଏହାର କାର୍ଯ୍ୟକ୍ଷମ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।ଏହି ଶିବିର ରେ ରାଜ୍ୟ ସରକାରଙ୍କ ପକ୍ଷ ରୁ ଏସଏମଏମ ଡା. ପ୍ରସନ୍ନ ମହାରଣା ଓ ପବିତ୍ର କୁମାର ନାୟକ ଯୋଗଦେଇ ସରକାରଙ୍କ ମୁକ୍ତା ଯୋଜନାର ସୁ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ । ଏନ୍ଏସି ଗୋଷ୍ଠୀ ସଂଯୋଜକ ଲକ୍ଷ୍ମୀ ପାତ୍ର ଓ ସିଏମଏମଓ ଶ୍ରଦ୍ଧା ନାୟକ, ମୁକ୍ତା ଯନ୍ତ୍ରୀ ଆଶିଷ କୁମାର ପ୍ରଧାନ, ପ୍ରକଳ୍ପ ସଂଯୋଜକ ଶ୍ରବଣ କୁମାର ଚାନ୍ଦ,ଏକାଉଣ୍ଟଟେଣ୍ଟ ଖେଡୁଆଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment