କୋଦଳା,୧୪/୦୬(ପିପିଟି): କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ମୁକ୍ତା ଘୋଟାଲା ପରେ ପରେ କିଛି ଅସାମାଜିକ ଯୁବକଙ୍କୁ ଧରି ଜଣେ ସାମ୍ବାଦିକଙ୍କ ଘରେ ପଶି ହତ୍ୟା ଧମକଦେଇଥିବା ନେଇ କୋଦଳା ଥାନାରେ ଏତେଲା ହୋଇଥିବା ଜଣାପଡିଛି । ବର୍ତ୍ତମାନର ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏନ୍ଏସି ରେ ହୋଇଥିବା ମୁକ୍ତା ୱାର୍କଅର୍ଡର ଜାଲିଆତି କରିଥିବା ନେଇ ପ୍ରତ୍ୟେକ ଦିନ ଖବର ପ୍ରକାଶ ହେଉଥିବା ବେଳେ ଆଜି ଏକ ନୂତନ ଅଭିଯୋଗ ଦେଖିବାକୁ ମିଳିଛି । ଅଧ୍ୟକ୍ଷଙ୍କ ଜମି କେଳେଙ୍କାରୀ, ଚୋରା ସୁନା ବେପାର ଓ ମୁକ୍ତା ଯୋଜନା ଘୋଟାଲା ଖବର ପ୍ରକାଶ କରିଥିବାରୁ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ଭଗବାନ ପାଢ଼ୀଙ୍କ କରଣସାହି ସ୍ଥିତ ନିଜ ବାସଗୃହକୁ ଅଧ୍ୟକ୍ଷ ଏକ ସ୍କର୍ପିଓ ଗାଡିରେ ଚାରିଜଣ ଅସାମାଜିକ ବ୍ୟକ୍ତିଙ୍କୁ ଧରି ଘରେ ପଶି ସାମ୍ବାଦିକଙ୍କ ମା ଙ୍କୁ ଧକ୍କା ମାରି ନିଜ ଘରର ବାରିପଟେ ଥିବା ଭଗବାନ ପାଢ଼ୀଙ୍କୁ ଦେଖି ସାର୍ଟ କଲର ଧରି ଏକ ମାଉଜର ମୁଣ୍ଡରେ ଲଗାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି “ମୁଁ କୋଦଳା ର ସର୍ବେସର୍ବା “ମୁଁ ଯାହା କଲେ ମୋର କେହିକିଛି କରିପାରିବେ ନାହିଁ, ତୁ କାହିଁକି ନ୍ୟୁଜ୍ କରିଲୁ ତୋତେ ଓ ତୋ ପରିବାରକୁ ଜୀବନରେ ମାରିଦେବି ବୋଲି କହି ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ସମୟ ରେ ମୋ ପୁଅକୁ ମାରିଦେଲେ ବୋଲି ସାମ୍ବାଦିକଙ୍କ ମା ପାଟି କରିଥିଲେ, ମାର ପାଟିଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ଘଟଣା ସ୍ଥଳରୁ ସେମାନେ ଚାଲିଗଲେ ବୋଲି ଥାନାରେ ଏତେଲା ଦେଇଥିବା ନେଇ ଜଣାପଡ଼ିଛି । ଏ ବିଷୟରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି ଯେ ଦୁଇଟି ଏତେଲା ପାଇଛି, ଅଧ୍ଯକ୍ଷ ସାମ୍ବାଦିକ ମିଛକହି ଦାଦା ବଟି ମାଗୁଛନ୍ତି ବୋଲି ଏତଲା ଦେଇଥିବା ବେଳେ, ସାମ୍ବାଦିକ ଭଗବାନ ପାଢୀ ହତ୍ୟାଧମକ ପାଇଥିବା ନେଇ ଏତଲା ଦେଇଛନ୍ତି । ଅଧ୍ଯକ୍ଷଙ୍କ ଏତେଲା ଭିତିରେ କେସ ନମ୍ବର ୩୧୫/୨୦୨୨,ସାମ୍ବାଦିକଙ୍କ ଏତାଲା ଭିତିରେ କେସ ନମ୍ବର ୩୧୬/୨୦୨୨ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି। ମୁକ୍ତା ଘୋଟଲାକୁ ନେଇ ନିର୍ବାହୀ ଅଧିକାରୀଙ୍କ ଏତେଲା ଅନୁଯାଇ କେସ ନମ୍ବର ୩୧୪/୨୦୨୨ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି।