ବୋଲଗଡ,୨୩/୦୪(ପିପିଟି): ବୋଲଗଡ ସଦରମହକୁମା ସ୍ଥିତ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ପାଚେରୀ ଦୀର୍ଘଦିନ ଧରି ସପୂର୍ଣ୍ଣ ନହୋଇଥିବା ଯୋଗୁଁ ମୁକୁଳା ପଡିରହିଛି । ଖୋର୍ଦ୍ଧା – ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପାର୍ଶ୍ଵରେ ଥିବା ଏହି ଗୋଷ୍ଠୀଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ ନଥିବା ଯୋଗୁଁ ଫଳରେ ସନ୍ଧ୍ୟାହେଲେ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ବିଭିନ୍ନ କାର୍ଯ୍ୟାଳୟର ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ନିର୍ମାଣ କରୁଥିବାବେଳେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବହୁବର୍ଷ ଧରି ପାଚେରୀ ନିର୍ମାଣ ନେହୋଇ ମୁକୁଳା ପଡିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜରରେ ପଡୁନାହିଁ । ଖୋଦ ଜାତୀୟ ରାଜପଥରେ ଏହି କାର୍ଯ୍ୟାଳୟଟି ଥିବାରୁ ଏଥିରେ ପାଚେରୀ ନଥିବା ସହିତ ରାତ୍ରିରେ ଆଲୋକୀକରଣ ନଥିବା ଯୋଗୁଁ କାର୍ଯ୍ୟାଳୟରେ ଥିବା ଅନ୍ଧାରିଆ ପରିବେଶ ନିଶାଡାକୁ ସୁଯୋଗ ଦେଉଛି। ପାଚେରୀ ନ ଥିବା ଯୋଗୁଁ ଦିନ ବେଳା ଗାଇ, ଗୋରୁ, କୁକୁର ପାଦୃଭାବ ବଢିବା ସହିତ କର୍ମଚାରୀ ମାନଙ୍କ ଯାନ ଚୋରି ହେବାର ଆଶଙ୍କା ରହିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ ଦାବୀ ହୋଇଛି।
ସମ୍ବାଦ ଦାତା-ସୁଶାନ୍ତ କୁମାର ପ୍ରଧାନ।