ମିଳିତ ଜନଶୁଣାଣି ଶିବିର ରେ ୧୦୬ଟି ଅଭିଯୋଗ ।

ବ୍ରହ୍ମପୁର,୨୮/୦୮(ପିପିଟି): ଚଳିତ ମାସର ଚତୁର୍ଥ ଯୁଗ୍ମ ଜନ ଶୁଣାଣି ଶିବିର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏହି ଶିବିର ରେ ଯୋଗଦେଇ ସମୁଦାୟ ୧୦୬ ଟି ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରୁ ୯୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲାବେଳେ ୭ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା । ୫ଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ରେଡକ୍ରସ୍ ତରଫରୁ ୩ ଜଣଙ୍କୁ ଚିକିତ୍ସା ଜନିତ ସହାୟତା ପାଇଁ ରେଣୁ ଜେନାଙ୍କୁ ୧୦,୦୦୦, ଗଉଡ ସାହୁଙ୍କୁ ୧୦,୦୦୦ ଓ ଏମ ଲକ୍ଷ୍ମୀଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିର ରେ ଉପସ୍ଥିତ ରହି ଆବଶ୍ୟକ ଅନୁଯାୟୀ ତଥ୍ୟ ପ୍ରଦାନ କରିଥିଲେ ।

Comments (0)
Add Comment