ମିରର୍ ଅଫ୍ ମାଲକାନଗିରିର କର୍ମକର୍ତ୍ତା ଙ୍କ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ ।

ମାଲକାନଗିରି,୦୪/୦୮(ପିପିଟି) :ଆଜି “ମିରର୍ ଅଫ୍ ମାଲକାନଗିରି” (ସାମାଜିକ ସଂସ୍ଥା)ର ସଦସ୍ୟ ମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଅଭିନନ୍ଦନ କରିବା ସହ ନିଜରପରିଚୟ ରଖିଥିଲେ l“ମିରର୍ ଅଫ୍ ମାଲକାନଗିରି” ଗତ ବର୍ଷ ହେବ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଆର୍ଥିକ ବ୍ୟବସ୍ଥା ରୁ ଦୂରରେ ରହି ମାଲକାନଗିରିଜିଲ୍ଲାର ସର୍ବାଙ୍ଗିନ ବିକାଶ ରେ ସହଭାଗିତା କରିଆସିଛି lଏହି ସଂଗଠନର ସହାୟତାରେ ବିଜୁଳି ଅବ୍ୟବସ୍ଥା, ରାସ୍ତାଘାଟର ନିର୍ମାଣରେ ମାନବୃଦ୍ଧି, ବିକଳାଙ୍ଗ ଓ ବାର୍ଦ୍ଧ୍ୟକ ଭତ୍ତା ସହ ଅନ୍ୟାନ୍ୟ ସହଯୋଗ ପ୍ରଦାନ, ଉଚ୍ଚ ଶିକ୍ଷା ଓ ଉଚ୍ଚ ଚିକିତ୍ସା ନିମନ୍ତେ ଏହି ଜିଲ୍ଲାରେ ସହଯୋଗ ପ୍ରଭୃତି କାର୍ଯ୍ୟ କରିଆସିଛି l
ଆମ ଜିଲ୍ଲାର ଅନେକ ଦିନରୁ ପଡି ରହିଥିବା ୧୨ଟି ମୂଳ ଭୂତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।
ମାଲକାନଗିରି ସହରର ମୁଖ୍ୟ ରାସ୍ତା ଦିପ୍ତି କନଭେଣ୍ଟ ସ୍କୁଲ ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ, ଆଇ.ଟି.ଡି.ଏ କାର୍ଯ୍ୟାଳୟ ଠାରୁ ଡି.ଏନ୍.କେ ଛକ ପର୍ଯ୍ୟନ୍ତ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ର ମରାମତି ।
ଏନ୍.ଏଚ୍.-୩୨୬ ର ଜିଲ୍ଲା ସଦର ମହକୁମା ମଧ୍ୟ ଦେଇ ଯାଉଥିବା ରାସ୍ତାର ରାସ୍ତା ବିଭାଜକରେ ଲାଗିଥିବା ଲୁହା ଜାଲି ଗୁଡିକ ଅତି ପୁରୁଣା ହୋଇ ସେଥିରୁ ପ୍ରାୟ ୫୦% ଭାଙ୍ଗି ଯାଇଛି । ଯାହା ଫଳରେ ପ୍ରାଣୀସମ୍ପଦ ସହଜରେ ରାସ୍ତାର ଗୋଟିଏ ପଟରୁ ଅନ୍ୟପଟକୁ ଚାଲିଯାଉଛନ୍ତି । ଫଳରେ ଦୁର୍ଘଟଣାମାନ ପ୍ରତିଦିନ ହୋଇ ନିରିହ ପ୍ରାଣୀଙ୍କ ଜୀବନ ସହ ଲୋକଙ୍କ ଧନ ଓ ଜୀବନ ନଷ୍ଟ ହେଉଅଛି lଟାଟା ପାୱାର୍ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ନେବାପୂର୍ବରୁ ଲୋକଙ୍କ ଥିବା ବକେୟା ବିଦ୍ୟୁତ ବିଲ୍ ପଇସାକୁ ଜବରଦସ୍ତ ଆଦାୟ କରିବା, ନଚେତ ସମଗ୍ର ଗ୍ରାମ ଓ ବସ୍ତିର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ପ୍ରତ୍ୟେକ ଉପଭୋକ୍ତାଙ୍କ ବାସଗୃହରେ ବିଦ୍ୟୁତ୍ ମିଟର ସ୍ଥାପନା କରାଯାଉ l ସେମାନଙ୍କ ବିଦ୍ୟୁତ୍ ବିଲ୍ ବର୍ତ୍ତମାନର ବ୍ୟବହାର ବିଲ୍ଲ୍ ଅନୁଯାୟୀ ପୁରୁଣା ବକେୟା ବିଲ୍ ର ରିଭାଇଜ୍ କରି ସଠିକ୍ କରାଯାଉ । ପ୍ରତି ମାସର ବିଲ୍ ସହ କିଛି ପୁରୁଣା ବକେୟା ଦେବାପାଇଁ ଉପଭୋକ୍ତାଙ୍କୁ ଆଗ୍ରହ କରାଯାଉ । ମାଲକାନଗିରି ସହରର ମଶାଣି ଠାରୁ ଗ୍ରାମ ତରଙ୍ଗ ପ୍ରଶିକ୍ଷଣ କେନ୍ଦ୍ର, ଅନ୍ୱେଶା ଛାତ୍ରାବାସ, କିଶୋର ପର୍ଯ୍ୟବେକ୍ଷଣ ଗୃହ ଦେଇ ଗୌଡଗୁଡା ପଞ୍ଚାୟତ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ଯାହାପ୍ରାୟ ୧୦ ବର୍ଷରୁ ଅଧିକ ଦିନ ହେବ ଖରାପ ହୋଇ ରହିଛି ,ତାହାର ପ୍ରାଥମିକତା ଭିତ୍ତିରେ ତୁରନ୍ତ ମରାମତି କରାଯାଉ ।
ଯେଉଁ ରାସ୍ତା ଉପରେ ପ୍ରାୟ ୨୦ ରୁ ଅଧିକ ଗ୍ରାମବାସୀ ଓ ହଜାରେରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ଯିବା ଆସିବା କରିଥାନ୍ତି lଶିଖପାଲି ଠାରୁ ପଡିଆ ବ୍ଲକ୍ କୁ ସଂଯୋଗ କରୁଥିବା ରାସ୍ତା ର ନବିକରଣ କରାଯାଉ । ଯାହା ଫଳରେ ୮ଟି ପଞ୍ଚାୟତର ଲୋକଙ୍କୁ ସଂଯୋଗ ନିମନ୍ତେ ପରିବହନ ସୁବିଧା ହୋଇପାରିବ।
ମାଥିଲି ବ୍ଲକ୍ ର ସାଗର ସାହିର ରାସ୍ତା ଯାହା ଗ୍ରାମର ୩ଟି ଧର୍ମବିଶ୍ୱାସୀଙ୍କର ମଶାଣିକୁ ଯିବାର ମୁଖ୍ୟ ସଡକ ଅଟେ, ତାହାର ନବୀକରଣ କରାଯାଉ ।
ମାଲକାନଗିରି ବ୍ଲକ୍ ର ତମସାପଞ୍ଚାୟତ ଅନ୍ତର୍ଗତ ଏମ୍ ଭି-୯ ଗ୍ରାମରୁ ରୁ ବୈଲାପାରି ଗ୍ରାମକୁ ସଂଯୋଗ କରୁଥିବା ୫ କିଲୋମିଟର ରାସ୍ତା ଯାହା ପ୍ରାୟ ୧୦ ବର୍ଷ ହେବ ଗ୍ରାମବାସୀଙ୍କ ଦ୍ୱାରା ମରାମତି ନିମନ୍ତେ ଅଭିଯୋଗ ହୋଇଆସୁଅଛି ତାହାର ପୁନଃ ନିର୍ମାଣ କରାଯାଉ ।ଚିତ୍ରକୋଣ୍ଡା ବ୍ଲକ୍ ର ଅଣ୍ଡ୍ରାପାଲି ଗ୍ରାମପଞ୍ଚାୟତରୁ ରାମାଗୁଡା ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ୍ ଯାହା କି ୨୦୨୪ ଅଗଷ୍ଟ ମାସରୁ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି, ଯାହା ବିଷୟରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩୦ ଡିସେମ୍ବର ୨୦୨୪ ରେ କ୍ରମିକ ନଂ ୨୪ ରେ ଅଭିଯୋଗ ହୋଇଥିଲା ଓ ବିଧାୟକ ଚିତ୍ରକୋଣ୍ଡା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚିତ୍ରକୋଣ୍ଡାଙ୍କୁ ବାରମ୍ବାର ଅବଗତି କରାଯାଇଥିଲା ତାହାର ପୁନଃ ନିର୍ମାଣକରାଯାଉ ।
ମାଲକାନଗିରି ବ୍ଲକ୍ ର ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମକୁ ସଂଯୋଗ କରିଥିବା ରାସ୍ତାରେ ଯେଉଁ ପଥରଘାଟି ରହିଛି ତାକୁ ସମତଳ କରି ରାସ୍ତା ନିର୍ମାଣକରାଯାଉ ।
ପଡିଆ ବ୍ଲକ୍ ସଦର ମହକୁମାର ବସ୍ ଷ୍ଟାଣ୍ଡର ଅବ୍ୟବସ୍ଥା କହିଲେ ନସରେ । ଏଠାକୁ ବସ୍ ରହିବା ପାଇଁ ଆସୁନାହିଁ ତଥା ଏହା ବୁଲା ବିକାଳି ତଥା ଅନୈତିକ କାର୍ଯ୍ୟର ଆଡ୍ଡାସ୍ଥଳୀ ପାଲଟିଛି । ଏହାର ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ବ୍ୟବସ୍ଥା କରିବା ସହ ପୋଲିସ ବିଭାଗର ପଇଁତରା ରାତ୍ର ସମୟରେ କରିବା ବ୍ୟବସ୍ଥା କରାଯାଉ ।ମାଲକାନଗିରି ପୌରପରିଷଦ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତ୍ୟେକ ୱାର୍ଡ୍ କୁ ଅଧିକାରୀଙ୍କ ସହ ଜନପ୍ରତିନିଧିଙ୍କ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବିଷୟରେ ସମସ୍ତ ଅବଗତ ହେବାସହ ସମସ୍ୟାର ସମାଧାନ ନିମନ୍ତେ ତପ୍ତର ହୁଅନ୍ତୁ ।
ଏହି ପତ୍ରର ଏକନକଲ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦଙ୍କ ନିକଟକୁ ସୂଚନା ତଥା ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିବା ସଂଗଠନର ସଂଯୋଜକ କେ ଦେଶୀ ରାଜୁ ଆଚାରୀ (ରାଜା) ପ୍ରକାଶ କରିଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment