ପୋଲସରା,୦୩/୦୬(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନୀ ପୀଠରେ ପବିତ୍ର ରଜ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମା’ ସିଂହାସନୀ ଉନ୍ନୟନ କମିଟି ସଭାପତି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମା ସିଂହାସନୀ ଉନ୍ନୟନ କମିଟିର ସମସ୍ତ ସଦସ୍ୟ ଓ ସରକାରୀ କର୍ମଚାରୀଙ୍କ ସହମତି କ୍ରମେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ମା’ ସିଂହାସନୀ ପୀଠ ରେ ବହୁ ସଂଖ୍ୟକ ଜନଗହଳି ହେତୁ ତିନି ଦିନ ଧରି ରଜ ପର୍ବକୁ ବନ୍ଦ କରାଯିବା ସହ କେବଳ ପୂଜାରୀ ମାନଙ୍କୁ ନେଇ ନୀତିରିତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ପାଇଁ ନିଷ୍ପତ୍ତି କରାଗଲା। ମା ସିଂହାସନୀ ଉନ୍ନୟନ କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।