ମା ସାରଳା ପୀଠରେ ଝାମୁଯାତ୍ରା ଅନୁଷ୍ଠିତ।

ତିର୍ତ୍ତୋଲ,୧୪/୦୪(ପିପିଟି); ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା ଶାରଳାଙ୍କ ବିଜେ ପ୍ରତିମା ଏକ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ନିକଟସ୍ଥ ଲଣ୍ଡା ଦେଉଳକୁ ଯାଇଥିଲେ । ସେଠାରେ ମା’ଙ୍କ ପ୍ରସିଦ୍ଧ ଝାମୁଯାତ୍ରା ସ୍ଥାନୀୟ ଗ୍ରାମବାସୀ ତଥା ମନ୍ଦିର ସେବାୟତ ତଥା ପୋଲିସ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । କିମ୍ବଦନ୍ତୀ ଅନୁଯାୟୀ କଳାପାହାଡ଼ ର ଆକ୍ରମଣ ସମୟରେ ମା ଶାରଳା କିଛିଦିନ ପାଇଁ ନିକଟସ୍ଥ ଦେଉଳି ଗ୍ରାମର ଲଣ୍ଡା ଦେଉଳରେ ଅବସ୍ଥାନ କରିଥିଲେ । କରୋନା ମହାମାରୀର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଦର୍ଶନାର୍ଥୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment