ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବିଧାନ ଦିବସ ପାଳନ।

ପୋଲସରା,୨୯/୧ (ପିପିଟି): ପୋଲସରା ବ୍ଲକ୍ ହାତୀଓଟ ଗ୍ରାମ ପଞ୍ଚାୟତ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ହାତୀଓଟ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ ଦେଶର ସମ୍ବିଧାନ ବିଷୟରେ ବକ୍ତବ୍ୟ ରଖିବାସହ ପିଲାମାନଙ୍କୁ ଉତ୍ତମ ଏଵଂ ଚରିତ୍ରବାନ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସରପଞ୍ଚ ରଶ୍ମିତା କୁମାରୀ ସାହୁ,ନାଏବ ସରପଞ୍ଚ ସପନ କୁମାର ପାଣି,ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ସାହୁ, ପଞ୍ଚାୟତ ସମିତି ସଭ୍ୟ,ସମସ୍ତ ୱାର୍ଡ୍ ସଭ୍ୟ, ସଭ୍ୟା, ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ,ଏ ଏନ୍ ଏମ୍, ସିଆର୍ ପି. ଏମବିକେ, ବେଙ୍କମିତ୍ର, ପଇଓ, ଡିଇଓ, ବିଏଫଟି ଓଜେ. ଏସମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମହୋଦୟ ପୁରସ୍କାର ବଣ୍ଟନ କରିବା ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment