କବିସୂର୍ଯ୍ୟ ନଗର,୧୩/୦୫(ପିପିଟି): କବିସୂର୍ଯ୍ୟ ନଗର ଠାରେ ୧୨ ବର୍ଷକୁ ଥରେ ମା’ ମହାମାୟୀଙ୍କ ଐତିହାସିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମଇ ୧୩ ତାରିଖରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଯାତ୍ରା କମିଟି,ମନ୍ଦିର କମିଟି ଓ ପ୍ରଶାସନିକ ସ୍ତରରେ ସମସ୍ତ ଅନୁସଙ୍ଗିକ ବ୍ଯବସ୍ଥା ପ୍ରସ୍ତୁତ କରାଯାଇଛି। ଆଜି ମା’ ମହାମାୟୀଙ୍କ ମନ୍ଦିରରୁ ଘଟ ଅସ୍ଥାୟୀ ମଣ୍ଡପକୁ ଭକ୍ତଙ୍କ ଗହଣରେ ଅଣାଯାଇଛି। ୧୬ ତାରିଖରୁ ଘଟ ସହରର ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିବ। ଜୁନ୍ ୭ ତାରିଖ ରେ ମା’ ନିଜସ୍ବ ମନ୍ଦିରକୁ ଫେରିଯିବେ। ଐତିହାସିକ ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମକୁ ନଜର ରଖି ସମସ୍ତ ବିଭାଗ ସଜାଗ ରହିଛନ୍ତି।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)