ମା” ଭରାଣ୍ଡି ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ।

ପୋଲସରା,୨୮/୧୧ (ପିପିଟି) :ପୋଲସରା ବ୍ଲକ୍ ମନ୍ଦାର ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ମା” ଭରାଣ୍ଡି ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗା ଉକ୍ତ ବିଦ୍ୟାଳୟର ସେବାନିବୃତ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ମନ୍ଦାର ସମବାୟ ସୋସାଇଟି ସଭାପତି ରଘୁନାଥ ପଣ୍ଡା ପ୍ରମୁଖ ବରେଣ୍ୟ ବ୍ୟକ୍ତିବୃନ୍ଦ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ହତା ମଧ୍ୟରେ ସ୍ଥିତ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ଵର୍ଗତ ସନାତନ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ବଳ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଅତିଥିମାନେ ସମ୍ବିଧାନ ଦିବସ ମହତ୍ତ୍ଵ ଓ ପାଳନର ଉଦ୍ଦେଶ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ମହାନ ଗଣତନ୍ତ୍ର ରାଷ୍ଟ୍ର ଭାରତ ଦେଶର ସମ୍ବିଧାନ ଦିବସ ସଚେତନକୁ ନେଇ ସାମୁହିକ ଶପଥ ପାଠ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରିଙ୍କ ସମେତ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment