ମା ବିମଳାକ୍ଷୀ ଜୁନିଅର ଭଲିବଲ ଟୁଣ୍ଣାମେଟ,ବିମଳାକ୍ଷୀ ଚମ୍ପିୟାନ ବାଙ୍କୋଇ ରନର୍ସଅପ ।

ବୋଲଗଡ଼,୦୨/୦୩(ପିପିଟି): ଛାତ୍ର ମାନଙ୍କ ବୌଦ୍ଧିକ ବିକାଶ ବୃଦ୍ଧି ପାଇଁ କ୍ରିଡା ଜରୁରୀ। ଖେଳ ମାଧ୍ଯମ ରେ ଶିଶୁଟିର ମାନସିକ ଶାରିରୀକ ବିକାଶ ହୋଇଥାଏ । ଏହା ଦ୍ବାରା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବ। ଏହି ଉଦ୍ଦେଶ୍ଯ ରେ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱପ୍ରଦାନ କରିବା ସହ ଯୁବ ଖେଳାଳି ସୁଷ୍ଟି କରିବା ଉଦ୍ଦେଶ୍ଯ ରେ ମା ବିମଳାକ୍ଷୀ କ୍ଲବ ପକ୍ଷରୁ ଆଜି ବିଦ୍ଯାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅସରଳା ନୋଡାଲ ଖେଳପଡ଼ିଆ ରେ ଅନୁଷ୍ଠିତ ହୋଇଥିଲା। ଏଥି ରେ ୬ଟି ଦଳ ଅସରଳା ଓ ବାଙ୍କୋଇ ପଚାଂୟତ ର ବିଦ୍ଯାଳୟର ଯେଉଁମାନେ ଅଷ୍ଟମ ଶ୍ରେଣୀ ରୁ ତଳ କୁ ପାଠ ପଢୁଥିବା ଛାତ୍ର ମାନେ ଯୋଗଦେଇ ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । ମ୍ଯାଚ ରେ ରେଫରି ଭାବେ ରଂଜନ କୁମାର ସାହୁ ଓ ଆକାଶ ମହାପାତ୍ର ଖେଳ ପରିଚାଳନା କରୁଥିବା ବେଳେ ମୁଖ୍ଯ ଅତିଥି ରୂପେ ଶିକ୍ଷାବିତ ରାଜକିଶୋର ବେହେରା ଓ ସମ୍ମାନିତ ଅତିଥି ରୂପେ ସମାଜସେବୀ ଦିଲ୍ଲୀପ କୁମାର ସାମନ୍ତରାୟ ଯୋଗ ଦେଇଥିଲେ। ଫାଇନାଲ ମ୍ଯାଚ ବାଙ୍କୋଇ ସହ ଅସରଳା ବିମଳାକ୍ଷୀ ଦଳ ମଧ୍ଯ ରେ ହୋଇଥିଲା। ଏଥିରେ ବିମଳାକ୍ଷୀ ଦଳ ୨-୦ ରେ ବାଙ୍କୋଇ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା। ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଖେଳାଳି ବିଜି ମହାପାତ୍ର ଙ୍କୁ ସମ୍ମାନିତ କରିବା ସହ ଟଫି ପ୍ରଦାନ କରାଯାଇଛି। ସମାଜସେବୀ ରନସଅଫ ବାଙ୍କୋଇ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ବେଳେ ମୁଖ୍ଯ ଅତିଥି ବିଜୟୀ ଦଳ ଅସରଳା ବିମଳାକ୍ଷୀ ଦଳ ଙ୍କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଖେଳରେ ଲଣ୍ଡା ସାମନ୍ତରାୟ, ଦେବାଶିଷ ସାମନ୍ତରାୟ, ଆକାଶ ମହାପାତ୍ର, ସ୍ମୃତି ରଂଜନ ସାମନ୍ତରାୟ, ଶିବରାମ ମହାପାତ୍ର ଓ ଲିପୁନ ପ୍ରମୁଖ ଉପସ୍ଥିତ ରହି ଖେଳପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment