ମା ଗଜଲକ୍ଷ୍ମୀଙ୍କ ଭଷାଣି କିନ୍ତୁ ଦୋଳପୁର୍ଣିମା ଯାତ୍ରାର ଭ୍ରମ ।

କୋଦଳା,୧୮/୧୧(ପିପିଟି): ଦୀର୍ଘ ଏକମାସରୁ ଉର୍ଦ୍ଧ୍ଵ ସମୟ କୋଦଳା ପୁରୁଣା ବଜାର ଠାରେ ମା ଗଜଲକ୍ଷ୍ମୀ ପୂଜା ପାଇବା ପରେ ରବିବାର ସନ୍ଧ୍ୟାରେ ମା ଙ୍କୁ ଭକ୍ତି ପୁର୍ଣ ବିଦାୟ ଦେଇ ଭଷାଣି କରାଯାଇଛି !ବିରାଟ ପଟୁଆର ସହିତ ଆତସବାଜିର ଏମିତି ବ୍ୟବହାର କରାଯାଉଥିଲା ଯେମିତି ଦୋଳପୁର୍ଣିମାର ଭ୍ରମ ସୃଷ୍ଟି କରିଥିଲା । ଘଣ୍ଟ, ଘାଣ୍ଟି, ଥଳ, ମୃଦଙ୍ଗ, ଦୁରାଦୁରାନ୍ତ ରୁ ଆସିଥିବା ଢୋଲ,ଡିଜେ, ଅଘରୀ ଗ୍ରୁପ,ନୃତ୍ୟ ଗ୍ରୁପ ସହିତ ନୂତନ ଧରଣର ଆତଶବାଜି ପ୍ରଦର୍ଶନ ଜନସାଧାରଣଙ୍କ ମନମୋହିଥିଲା ।ଦୋଳପୁର୍ଣିମା ହେଉଛି ଅଞ୍ଚଳ ପାଇଁ ସବୁଠାରୁ ଚର୍ଚ୍ଚିତ ଓ ବିରାଟ ଯାତ୍ରା ।ଏହାପରେ କୋଦଳା ପାଇଁ ଏ ହେଉଛି ଯେମିତି ଦ୍ଵିତୀୟ ବଡ଼ଯାତ୍ରା । କୁମାର ପୁର୍ଣିମା ଠାରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ମା ଙ୍କ ଆବିର୍ଭାବ । ପୁରୁଣା ବଜାର ଏବଂ ନାରାୟଣୀ ଯୁବକ ମାନଙ୍କ ଏ ହେଉଛି ପ୍ରତିଦ୍ବନ୍ଦିତା ଯାତ୍ରା । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଏହି ପୂଜା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ବି ମହା ଆଡମ୍ବର ସହକାରେ ଏହି ପୂଜା ଚାଲିଥିଲା ।ଗ୍ରାମରେ ସନ୍ଧ୍ୟା ହେଲେ ମା ମାଉସୀଙ୍କ ଦୁଇ ପୂଜା ମଣ୍ଡପ ରେ ସମାଗମ ।ଆଳତୀ ଦର୍ଶନ ସହିତ ମାଙ୍କ ଆଶୀର୍ବାଦ ପାଇବାପାଇଁ ବ୍ୟାକୁଳ । ତତ ସହିତ ପ୍ରତ୍ୟକ ଦିନ ଭିନ୍ନ ଭିନ୍ନ ମାଙ୍କ ଭୋଗ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଭକ୍ତଙ୍କୁ ଆକୃଷ୍ଟ କରୁଥିଲା!ଶୁକ୍ରବାର ସନ୍ଧ୍ୟାରେ ଘଣ୍ଟ,ମୃଦଙ୍ଗ,କୀର୍ତ୍ତନ,ଢୋଲ,ସୁଦୂର ରାଜସ୍ଥାନରୁ ଆସିଥିବା ଅଘୋରୀ ବାବା ଗ୍ରୁପ, ଆତାଶବାଜି ଓ ଡିଜେ ର ତାଳେ ତାଳେ ଏକ ବିରାଟ ପଟୁଆର ରେ ମା ନାରାୟଣୀ ପୂଜା କମିଟି ଗ୍ରାମ ପରିକ୍ରମା କରିବା ସହିତ ମାଙ୍କୁ ମେଲାଣି ଦେଇଥିଲେ । ଏକ ମାସ ଧରି କୋଦଳା ରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେଉଥିବା ବେଳେ ବିଦାୟ ସମୟ ରେ ପ୍ରତ୍ୟକ ବାରଣ୍ଡାରେ ମା ମାଉସୀଙ୍କ ହୁଳହୁଳି ଶବ୍ଦ ସହିତ ଖୁସିର ଲୁହ ଝରିପଡୁଥିବା ଦେଖିବାକୁ ମିଳିଥିଲା ।ଆସନ୍ତା ବର୍ଷ ଏହି ପୂଜାକୁ ବ୍ୟାପକ କରାଯିବ ବୋଲି ପୁରୁଣା ବଜାର ପୂଜା କମିଟି ସଭାପତି କାଳିଆ ମହାନ୍ତି ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment