ମା’ ଅପୂଜାଙ୍କ ପୀଠରେ ଶ୍ରୀରାମଚରିତ ମାନସ ପାରାୟଣ, ପ୍ରବଚନ ଜ୍ଞାନଯଜ୍ଞ।

ବୋଲଗଡ଼,୦୬/୦୪(ପିପିଟି) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତର ଗ୍ରାମର ବାରଦାଣ୍ଡୀ ହଳଦୀପଦା ର ମା’ଅପୂଜାଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହେଉଛି ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ। ଏହି ପାରାୟଣ ଦୁଇ ତାରିଖ ଠାରୁ ଆରମ୍ଭ ହୋଇ ଏହା ୧୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ କୁ ବାରଦାଣ୍ଡୀ ହଳଦୀପଦା ଓ ଚତୁର୍ପାଶ୍ୱ ଗ୍ରାମର ଗ୍ରାମ ବାସୀ ମାନେ ୨୯ବର୍ଷ ରେ ଆଣି ଏହାକୁ ସୁଚାର ରୂପରେ ପାଳନ କରୁ ଅଛନ୍ତି।ପ୍ରଥମ ଦିନ ରେ ଘଟ ସ୍ଥାପନ ଓ ହନୁମାନ ଚାଳିଶା ପାଠ ର କାର୍ଯ୍ୟକ୍ରମ ରେ ବ୍ୟାସଜୀ ମଦନ ମୋହନ ଦାସ ଙ୍କ ଦ୍ଵାରା ଚାଲୁ ଅଛି। ଏହି ୧୦ ଦିନ ର କର୍ଯ୍ୟକମ ରେ ବିଭିନ୍ନ ରାମାୟଣ ଗ୍ରନ୍ଥରୁ ରାମକଥା ଉପରେ ଆଲୋଚନା ହେବ। ଏହି ଆଲୋଚନା କରିବା ନିମନ୍ତେ ବିଶିଷ୍ଟ ପ୍ରବକ୍ତା ମାନଙ୍କୁ ଆମନ୍ତ୍ରଣ କରାଯାଇଅଛି। ପ୍ରଥମେ କଳସ ଯାତ୍ରା ରେ ନୟାଗଡ଼ ଜିଲ୍ଲା ଓଡଗାଁର ରାମସାଗର ଠାରୁ ଜଳ କଳସୀ ଆଣିବା ପରେ ଓଡ଼ଗାଁ ରଘୁନାଥଙ୍କ ଠାରୁ ଆଜ୍ଞା ମାଳ ଆଣି ଗ୍ରାମ ପରିକ୍ରମା କରି ପୀଠରେ ଘଟସ୍ତାପନା କରା ଯାଇ ଥିଲା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ)

Comments (0)
Add Comment