ମାସ୍କ ସହିତ ଦୁଇଟି ମହାପ୍ରୟାଣ ଗାଡି ଓ ତିନୋଟି ଏକ୍ସରେ ମେସିନ ପ୍ରଦାନ; ସଙ୍କଟ ସମୟରେ ସମ୍ପର୍କର ସେତୁ ବାନ୍ଧିଲେ ବିଧାୟିକା ।

କୋଦଳା,୦୨/୦୬(ପିପିଟି); ସଙ୍କଟ ସମୟ ରେ ସମ୍ପର୍କର ସେତୁ ବାନ୍ଧିଛନ୍ତି ନବୀନଙ୍କ ପ୍ରିୟ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମାସ୍କ, ସାନିଟାଇଜର ପାଇଁ ୫୦ଲକ୍ଷ ଟଙ୍କା ଜଣେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସେହି ଅନୁଦାନରୁ ଜନତାଙ୍କ ଆବଶ୍ୟକତା ଅନୁଯାଇ ଦୁଇଟି ମହାପ୍ରୟାଣ ଗାଡି, ତିନୋଟି ଏକ୍ସରେ ମେସିନ ସମେତ ମାସ୍କ ଓ ସାନିଟାଇଜର ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଚିଠି କରିଥିବା ଜଣାପଡ଼ିଛି ।
ବିଧାୟିକା ଲୋକଙ୍କ ବିଭିନ୍ନ ସମସ୍ୟା ବୁଝି ସମାଧାନ ପାଇଁ କରୁଛନ୍ତି ପ୍ରୟାସ । କେମିତି ଅଛନ୍ତି ଜନତା ପଚାରି ବୁଝୁଛନ୍ତି । କାହାକୁ କୋଭିଡ ସଂକ୍ରମଣ ହେଉ କିମ୍ବା ଯେ କୌଣସି ସ୍ୱାସ୍ଥ୍ୟ ଖରାପ ଖବର ପାଇବା କ୍ଷଣି ସହଯୋଗର ହାତ ବଢ଼ାଉଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସଙ୍ଗେ ସଙ୍ଗେ ପରିଜନ ଭଳି ପାଖରେ ଠିଆ ହେଉଛନ୍ତି । ତତ୍ ସହିତ ସଂକ୍ରମଣ ସଙ୍କଟ ସମୟରେ ଜୀବନ ପାଇଁ ଯୁଦ୍ଧ ଚାଲିଥିବା ସମୟ ରେ କରୋନା ଦ୍ୱତୀୟ ଲହରୀରେ କେମିତି ଅଛନ୍ତି ସାଧାରଣ ଲୋକେ ସେ ସମ୍ପର୍କରେ ଫୋନରେ ପଚାରି ବୁଝିବା ସହ ସବୁ ସମୟରେ ଲୋକଙ୍କ ପାଖରେ ଠିଆ ହେଉଛନ୍ତି ବିଧାୟିକା । ଟୀକା କରଣ ଠାରୁ ଆରମ୍ବ କରି ଶବ ସତ୍କାର ପର୍ଯ୍ୟନ୍ତ ବିଧାୟିକା ବଢାଉଛନ୍ତି ସହଯୋଗର ହାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନେକ ସାମାଜିକ କାର୍ଯ୍ୟକ୍ରମ କରୁଛି ବିଜେଡି । ଆଉ ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୁ ଘନ ଘନ ଗସ୍ତ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରୁଛନ୍ତି । ସେବାମନ ବୃତ୍ତି ନେଇ ସେବା କରୁଛନ୍ତି ବିଧାୟିକା । ସବୁଠାରୁ ବଡ଼କଥା ହେଉଛି ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବିଧାୟକ ମାନେ ୫୦ ଲକ୍ଷ ଟଙ୍କାର ମାସ୍କ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସେହି ଅନୁଦାନକୁ ଲୋକମାନଙ୍କୁ ହିତରେ ଲଗାଇବାକୁ ଚେଷ୍ଟା କରିଛନ୍ତି । ଏପରିକି କରୋନା ମହାମାରୀ ସମୟରେ ଶବକୁ ପାଉନାହାନ୍ତି ପରିବାର ଲୋକେ ଏହାକୁ ଦୃଷ୍ଟିରେ ରଖି ଉକ୍ତ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ ବେଗୁନିଆପଡା ବ୍ଲକ /ଏନଏସି,ଓ କବିସୂର୍ଯ୍ୟନଗର ବ୍ଲକ /ଏନଏସି ଲୋକମାନଙ୍କ ପାଇଁ ଦୁଇଗୋଟି ଶବବୁହା ମହାପ୍ରୟାଣ ଗାଡି ପ୍ରଦାନ ପାଇଁ ବ୍ୟବସ୍ଥା କରିବା ସହ ଲୋକଙ୍କୁ ମାସ୍କ, ସାନିଟାଇଜର ଓ ଅକସିମିଟର ବଣ୍ଟନ ପାଇଁ ବେଗୁନିଆପଡା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମ ପୁର ବ୍ଲକ ନିମନ୍ତେ ୧୫ ଲକ୍ଷ ଟଙ୍କା ଏବଂ ସୁମଣ୍ଡଳ, ବେଗୁନିଆପଡା ଓ କବିସୂର୍ଯ୍ୟନଗର ମେଡିକାଲ ପାଇଁ ଡିଜିଟାଲ ଏକ୍ସରେ ମେସିନ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପଠାଇଥିବା ଜଣାପଡ଼ିଛି ଯାହାକି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବିଧାୟିକା ।ଲୋକଙ୍କୁ ସୁରକ୍ଷିତ ରଖିବା ଓ ସମାଜର ସୁରକ୍ଷା ପାଇଁ ସମସ୍ତ ପ୍ରୟାସ ଜାରି ରଖିବୁ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

 

Comments (0)
Add Comment