ମାସିକ ଭଞ୍ଜ ସଙ୍ଗୀତ ଆସର-୨୦୨୧ ଉଦଯାପିତ ।

ଭଞ୍ଜନଗର,୧୭/୦୫(ପିପିଟି): କଳା, ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର ପବିତ୍ର ଭଞ୍ଜମାଟି କୁଲାଡ଼ ଠାରେ ଆୟୋଜକ ସଂସ୍କୃତି ବିକାଶ ସଂସଦ ଓ ଆନନ୍ଦ ସଙ୍ଗୀତାୟନର ସହଭାଗିତାରେ ୬୬ତମ ମାସିକ ଭଞ୍ଜ ସଙ୍ଗୀତ ଆସର ୨୦୨୧ବର୍ଷର ଉଦଯାପନୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବାର୍ଡ ର ସଭାପତି ଡ଼.ଶାନ୍ତନୁ କୁମାର ରଥ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଲମ୍ବୋଦର ପାଣିଗ୍ରାହୀ, ପ୍ରାକ୍ତନ ଜିଲ୍ଲା ସାଂସ୍କୃତିକ ଅଧିକାରୀ କୃଷ୍ଣଚନ୍ଦ୍ର ନିଶାଙ୍କ, ଲଳିତ କଳା ଏକାଡେମୀ ର ଉପସଚିବ ଡ଼. ଦିଲ୍ଲୀପ ତ୍ରିପାଠୀ, ଆନନ୍ଦ ସଙ୍ଗୀତାୟନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ସଂସ୍କୃତି ବିକାଶ ସଂସଦ ର ସଂଯୋଜକ ଶିବ ଶଙ୍କର ତ୍ରିପାଠୀ ଯୋଗ ଦେଇଥିଲେ।ଆନନ୍ଦ ସଙ୍ଗୀତାୟନର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା ଓ ସମାଜରେ ପ୍ରଚଳିତ ବିଭିନ୍ନ ଲୋକନାଟ ତଥା ଘୁଡୁକି ନାଚ, ଦୁଆରୀ ନାଟ, ସଖୀ ନାଚ, ଦାସ କାଠିଆରେ ଭଞ୍ଜ ସଙ୍ଗୀତକୁ କିଭଳି ସାମିଲ କରାଯାଇଛି ତାହାକୁ ବିଶିଷ୍ଟ ଗୁରୁମାନେ ଉପସ୍ଥାପନ କରିଥିଲେ।ଅନୁଷ୍ଠାନର କଳାକାର ଓ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଶୋକ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁ, ଛାୟାକାନ୍ତ ମହାପାତ୍ର, ପ୍ରଭାତୀ ମଞ୍ଜରୀ ବେହେରା,ଚିନ୍ମୟ ବେବର୍ତ୍ତା ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment