ମାସିକ ଆଲୋଚନାଚକ୍ର ଓ ବନ୍ଧୁମିଳନ ।

ଭୁବନେଶ୍ବର,୧୧/୦୮(ପିପିଟି):ପୋଖରୀପୁଟ ଲିଙ୍ଗରାଜ ବିହାର ଜଗନ୍ନାଥ ମନ୍ଦିର ପରିସରରେ ଏମ୍ ଏସ୍ ପାର୍କ ପ୍ରାତଃ ଭ୍ରମଣକାରୀ ସଂଘରୁ ମାସିକ ଆଲୋଚନାଚକ୍ର ଓ ବନ୍ଧୁ ମିଳନ ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଲକ୍ଷ୍ମୀନାରାୟଣ ପାଢୀ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଠା ପଠାଣି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଗାମୀ ଦିନରେ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ମାସିକ ବୈଠକ କରାଯାଇ ପରିବେଶ ସୁରକ୍ଷା ବୃକ୍ଷ ରୋପଣ ଓ ନିଶା ନିବାରଣ ସମ୍ପର୍କରେ ସଚେତନତା ସ୍ରୁଷ୍ଟି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପବିତ୍ର ସ୍ଵାଧୀନତା ଦିବସ ପାଳନ ପାଇଁ ସଭାପତି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସହଯୋଗର ସଭାପତି ବାଇଧର ପାତ୍ରଙ୍କ ୭୬ ତମ ଜନ୍ମ ଦିବସ ଉପଲକ୍ଷେ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଦୀର୍ଘ ଜୀବନ କାମନା କରାଯାଇଥିଲା। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ରମେଶ ଚନ୍ଦ୍ର ପାତ୍ର, ତରୁଣୀ ସେନ ନାୟକ,ନାରାୟଣ କର, ଶିଶିର ଦାସ, ଡାଃ ବାଳକୃଷ୍ଣ ପ୍ରହରାଜ,ରମାକାନ୍ତ ସାହୁ, ପ୍ରବୀର କୁମାର ମହାପାତ୍ର, ହାଡିବନ୍ଧୁ ସାହୁ, ସୁଦର୍ଶନ ମହାଲିକ, ରଘୁନାଥ ପରିଡା ,ରମାକାନ୍ତ ସାହୁ, ସୀମାଞ୍ଚଳ ପାଢୀ,ପ୍ରଭାକର ସାହୁ ଓ ନିରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment