ଭଞ୍ଜନଗର, ୨୪/୧୦(ପିପିଟି):ସମ୍ମିଳିତ ବନ ପରିବାର ପକ୍ଷରୁ ଭଞ୍ଜନଗର ହାର୍ଟ ନଗର ଠାରେ ଗତ ଦୀପାବଳି ଠାରୁ ୪ଦିନ ଧରି ମା’ ଶ୍ୟାମାକାଳୀଙ୍କ ପୂଜା ପ୍ରତିବର୍ଷ ଭଳି ଏଥର ମଧ୍ୟ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥିଲା।ଗତ ୩ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ କନ୍ଧମାଳ ସାଂସଦ, ଭଞ୍ଜନଗର ଓ ସୋରଡ଼ା ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଆଜି ମାଆ’ଙ୍କର ଭଷାଣି ଉତ୍ସବ ବେଶ ଆଡମ୍ବର ସହକାରେ ପାଳନ କରାଯାଇଛି।ଡ଼ିଜେ ଠାରୁ ଦୂରେଇ ରହି ପୂଜା ମଣ୍ଡପରୁ ମାଆ’ଙ୍କର ଏକ ବିରାଟ ଶୋଭାଯାତ୍ରା କେବଳ ପାରମ୍ପରିକ ବାଦ୍ୟ ଓ ବିଭିନ୍ନ ପଶୁମୁଖା ନୃତ୍ୟକୁ ନେଇ ଭେଜିପୁଟ, ଖାଲା ସାହି, ମେନ ରୋଡ଼, ବସ ଷ୍ଟାଣ୍ଡ ପାର ହୋଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ବାସଭବନରେ ପହଞ୍ଚି ଥିଲା।ସେଠାରେ ମା’ଙ୍କର ପୂଜାର୍ଚ୍ଚନା ପରେ ଡିଏଫଓ ଶ୍ରୀ ମହାନ୍ତି ସମସ୍ତଙ୍କର ମଙ୍ଗଳ କାମନା କରି ଅଶ୍ରୁଳ ନୟନରେ ମାଆ’ଙ୍କୁ ବିଦାୟ ଦେଇଥିଲେ।ଏହାପରେ ଭଞ୍ଜନଗର ଜଳଭଣ୍ଡାର ରେ ମାଆ’ ଙ୍କର ପ୍ରତିମାକୁ ବିସର୍ଜନ କରାଯାଇଛି।ଏଥିରେ ଉତ୍ତର ଓ ଦକ୍ଷିଣ ବନବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)