ମାଲ୍ଯବନ୍ତ ମହୋତ୍ସବ ପାଇଁ ନୌକା ପ୍ରତିଯୋଗିତା ।

ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ମହୋତ୍ସବ ପରିପ୍ରେକ୍ଷୀରେ ସତୀଗୁଡା ଜଳ ଭଣ୍ଡାର ଠାରେ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡିଏଫଓ ପ୍ରତାପ କୋଟାପଲ୍ଲୀ,ଏଡିସିନାଲ ଏସପି ତପନ କୁମାର ରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ଚନ୍ଦ୍ର ଖିଲ ପ୍ରମୁଖ ମଞ୍ଚାସୀନ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ, ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ, ବାଲିମେଳା ବନାଞ୍ଚଳ ଅଧିକାରୀ ଲିସମିତୀ କଅର,ଅଗ୍ନିଶମ ଅଧିକାରୀ କମଳ ଲୋଚନ ଗୌଡ଼, ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା, ମାଲକାନଗିରି ବିଡ଼ିଓ ପ୍ରଭାତୀ ଝୋଡିଆ,ସାତ ଜଣ ତହସିଲଦାର,୧୨ ଜଣ କ୍ରୀଡା ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ୧୦ ଗୋଟି ଦଳି ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ନାବରେ ୪ ଜଣ ଲେଖାଏଁ ନାବିକ ବସି ନୌଚାଳନା
କରିଥିଲେ।ବନ ବିଭାଗ ତରଫରୁ ପ୍ରତ୍ୟେକ ନାବିକକୁ ଧୋତି,ପଗଡ଼ି ଏବଂ ଟି-ସାର୍ଟ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସୋରିଷ ମାଳ, ଦ୍ବିତୀୟ ସ୍ଥାନ ଚମ୍ପାଖାରୀ, ତୃତୀୟ ସ୍ଥାନ ଏମଭି-୧୧୧ (ବି) ଦଳ ବିଜୟୀ ହୋଇଥିଲେ। ଏହି ବିଜୟୀ ନାବଚାଳକ ଦଳମାନଙ୍କୁ ମାଲ୍ଯବନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment