ମାଲିକାନଗିରି ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ।

ମାଲକାନଗିରି,୦୯/୦୧(ପିପିଟି):ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୨୦ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜିତ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ମାଲକାନଗିରି ଜିଲ୍ଲା। ମୋଟ ୪୨୨୯ ପିଲା ପରୀକ୍ଷା ଦେବାର ସୁବ୍ୟବସ୍ଥା କରାଯାଇଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ,ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଯାହା ସୂଚନା ପ୍ରାପ୍ତ ହୋଇଅଛି କାଲିମେଳା ୫, କୋରୁକୁଣ୍ଡା ୨, ମାଥିଲି ୪ , ଖଇରପୁଟ ୨ କେ ଗୁମା ୧, ପଡିଆ ୨, ମାଲକାଗିରି ୪ଟି କେନ୍ଦ୍ରରେ ସର୍ବମୋଟ ସଂଖ୍ୟକ ୩୬୨୫ ପରିକ୍ଷାର୍ଥୀ ଭାଗ ନେଇଥିଲେ । ଷଷ୍ଠ ଶ୍ରେଣୀ ୩୧୧୨, ସପ୍ତମ ୩୨୪, ଅଷ୍ଟମ ୧୩୧ ଓ ନବମରୁ ୫୮ ସଂଖ୍ୟକ ପିଲାମାନେ ଏହି ପରୀକ୍ଷା ଦେଇଥିବା ବେଳେ ମୋଟ ୬୦୪ ସଂଖ୍ୟକ ପିଲା ପରୀକ୍ଷାର୍ଥୀ ରୂପେ ଅନୁପସ୍ଥିତି ଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜଗନ୍ନାଥ ବେହେରା କେନ୍ଦ୍ର ସବୁ ନିରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜ ବ୍ଲକର କେନ୍ଦ୍ରକୁ ପରିଚାଳନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment