ମାଲକାନଗିରି ସହରରେ ପୋଲିସର ଫ୍ଲାଗମାର୍ଚ୍ଚ ।

ମାଲକାନଗିରି ,୨୦/୦୪(ପିପିଟି) : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତ ନିର୍ବାଚନ-୨୦୨୪ କିଭଳି ଶାନ୍ତି ଶୃଙ୍ଖଳା ଭାବରେ ସଂପନ୍ନ ହେବ ସେ ନେଇ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଅବସରରେ ବିଏସଏଫ, ଓଡ଼ିଶା ପୋଲିସ ସହ ଏସଓଜି, ଡିଭିଏଫ ବାହିନୀ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ କିଭଳି ଜିଲ୍ଲାରେ ନିର୍ବାଚନ ତଥା ସହରରେ ନିର୍ବାଚନ ସମାପନ ହୋଇପାରିବ ସେଥିପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି । ମାଲକାନଗିରି ଏସପି ନିତେଶ ୱାଧୱାନି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରାଯାଇ ମାଲକାନଗିରି କଲେଜ ଛକ ସିଡିଏମଓ ଅଫିସ ଛକରେ ବାହାରିଥିଲେ ପରେ ପରେ ବାଲିମେଳା ଛକ ସହିତ ବସଷ୍ଟାଣ୍ଡ ଦେଇ ସହର ମଧ୍ୟରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ବର୍ତ୍ତମାନ ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ଚାଲିଥିବା ବେଳେ ଆସନ୍ତା ମଇ ୧୩ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଆତ୍ମ ବିଶ୍ଵାସ ବୃଦ୍ଧି କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏହି ଅବସରରେ ମାଲକାନଗିରି ଏସଡିପିଓ ସଚିନ୍ ପାଟିଲ, ବିଏସଏଫ ର ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲା ପୋଲିସ ଓ ବିଏସଏଫ ସୁରକ୍ଷା ବାହିନୀ ସାମିଲ ହୋଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment