ମାଲକାନଗିରି ବରିଷ୍ଠ ବିଜେଡ଼ି ନେତାଙ୍କ ବିଜେପିରେ ମିଶ୍ରଣ ।

ମାଲକାନଗିରି,୨୫/୧୧(ପିପିଟି) :ମାଲକାନଗିରି ଜିଲ୍ଲା ର ବିଜେଡି ନେତା ତଥା ଜିଲ୍ଲା ଉପଦେଷ୍ଟା ଲେଖକ, କବି ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ବରିଷ୍ଠ ନେତା ପୂର୍ବତନ ରାଜ୍ୟସଭା କାର୍ଯ୍ୟକାରେଣି ସଦସ୍ୟ ହିମାଂଶୁ ସାମଲ, ବିଜେଡି ସଂପାଦକ ତଥା ଜିଲ୍ଲା ବସ ସଂଘ ସଂପାଦକ ଇ ଭେଙ୍କଟ ରାଓ,ଯୁବ ବିଜେଡି ସଂପାଦକ ପ୍ରଶାନ୍ତ କୁମାର ଜେନା ରବିବାର ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଅନୁଷ୍ଠାନିକ ଭାବେ ଭୁବନେଶ୍ଵର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଠାରେ ବିଜେପିରେ ମିଶ୍ରଣ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରାଜ୍ୟ ସଂପାଦକ ସରୋଜ କରଙ୍କ ସମେତ ଅନେକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରକାଶ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମାଲକାନଗିରିର ବରିଷ୍ଠ ନେତାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment