ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ପୁରସ୍କୃତ ।

ମାଲକାନଗିରି,୨୧/୦୩(ପିପିଟି) : ଆଜି ଜଙ୍ଗଲ , ପରିବେଶ , ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ବିଶ୍ୱ ବନ ଦିବସ -୨୦୨୪ ଜୟଦେବ ଭବନ ଠାରେ ପାଳିତ ହୋଇଥିବା ବେଳେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଙ୍କ ସର୍ବୋତ୍ତମ କାର୍ଯ୍ୟ ପାଇଁ ଦକ୍ଷତା ପ୍ରମାଣପତ୍ର ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ,ପରିବେଶ ଓ ଜଳବାୟୁ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ବାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ସଦର ମହକୁମା ପ୍ରଫୁଲ୍ଲ କୁମର ମଲ୍ଲିକ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ଯେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ତାଙ୍କର ତିନି ବର୍ଷର ରହଣୀ କାଳ ମଧ୍ୟରେ ସତୀ ଗୁଡ଼ ଇକୋ- ପାର୍କ ଓ ଯଦୁଗୁଡା ଇକୋ-ପାର୍କର ନବିକରଣ କରିଥିଲେ ।ଯାହାକି ଅତି ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବେ ଜନ ମନ ଆକର୍ଷଣୀୟ ହୋଇ ପାରିଛି। ସୁନ୍ଦର ପ୍ରାକୃତି ଦୃଶ୍ୟ ସହିତ ଇକୋ-ପାର୍କର ନବିକରଣ କରିବରେ ଶ୍ରୀ ବିଷୋୟୀଙ୍କ ପରିଶ୍ରମ ପ୍ରଶଂସନୀୟ। ସେହି ପରି ମୁଣ୍ଡଗୁଡା ଠାରେ ବଟନିକାଲ ଗାର୍ଡେନ ଓ ନବ ନିର୍ମିତ ଉଡାଜାହାଜ ପଡିଆ ସମ୍ମୁଖରେ ଅକ୍ସିଜେନ୍ ପ୍ଲାଣ୍ଟ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସୁରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ। ଏଣୁ ଆଜି ଭୁବନେଶ୍ୱରର ଜୟଦେବ ଭବନ ଠାରେ ବିଶ୍ବ ବନ ଦିବସରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଙ୍କୁ ଆଜି ଦକ୍ଷତା ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଛି।ଏହି ପରିପ୍ରେକ୍ଷୀରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟା ପଲ୍ଲୀ ଏବଂ ବନକର୍ମଚାରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment