ମାଲକାନଗିରି ବନଖଣ୍ଡରେ ବିଶ୍ବ ପରିବେଶ ଦିବସ ୨୦୨୩ ପାଳିତ ।

ମାଲକାନଗିରି ,୦୫/୦୬(ପିପିଟି): ମାଲକାନଗିରି ବନଖଣ୍ଡରେ ବିଶ୍ବପରିବେଶ ଦିବସ-୨୦୨୩ ପାଳିତ ହୋଇଯାଇଛି ।ଚଳିତ ବିଶ୍ବ ପରିବେଶ ଦିବସର ବିଷୟ ବସ୍ତୁ ହେଲା-ପ୍ଲାଷ୍ଟିକ ପ୍ରଦ୍ଯୂଷଣ ଓ ଏହାର ନିରାକରଣ । ଆଜି ବିଶ୍ବ ପରିବେଶ ପାଳନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଯୋଗଦେଇ ବିଶ୍ବ ପରିବେଶ ଉପରେ ଆଲୋକପାତ କରିବା ସହ ପ୍ଲାଷ୍ଟିକ ବହୁଳ ପରିମାଣରେ ବ୍ଯବହାର ଯୋଗୁଁ କିପରି ଜମି ଏବଂ ଜଳ ପ୍ରଦ୍ଯୂଷଣ ଆଡକୁ ଗତି କରୁଛି ବୁଝାଇଥିଲେ ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ମତ୍ଯୁ ବରଣ କରିଥିବା ବନରକ୍ଷୀ ବାପି ମଣ୍ଡଳ,କାଠ ମାଫିଆଙ୍କ ଗୁଳିରେ ଶହୀଦ ହୋଇଥିବା ଶିମିଳିପାଳ ବନଖଣ୍ଡର ବନରକ୍ଷୀ ବିମଳ କୁମାର ଜେନା ଏବଂ ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମତ୍ଯୁ ବରଣ କରିଥିବା ଯାତ୍ରୀମାନଙ୍କ ଉଦ୍ଦେଶ୍ଯରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସ୍ବର୍ଗତ ଆତ୍ମାମାନଙ୍କ ସଦଗତି କାମନା କରି ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରାଯାଇଥିଲା ।ମାଲକାନଗିରି ବନାଞ୍ଚଳର ସମସ୍ତ ବନ କର୍ମଚାରୀମାନେ ସତୀଗୁଡା ଇକୋ-ପାର୍କ ଠାରେ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ଯକ୍ରମରେ ଯୋଗ ଦେଇ ଥିବା ବେଳେ ପ୍ଲାଷ୍ଟିକ ବ୍ଯବହାରର କୁପ୍ରଭାବ ଉପରେ ଆଲୋଚନା କରାଯାଇଥିଲା । ମାଲକାନଗିର ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ କାର୍ଯ୍ଯାଳୟଗୁଡିକରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କରାଯାଇ ସଫେଇ କାର୍ଯ୍ଯର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ୭ ଗୋଟି ବିଭିନ୍ନ ଅନୁଷ୍ଠାନକୁ ଭୁବନେଶ୍ବର ଠାରେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
ଆଜିର ଆୟୋଜିତ କାର୍ଯ୍ଯକ୍ରମରେ ବନଖଣ୍ଡ ସହକାରୀ ବନ ସଂରକ୍ଷକ କନ୍ଦନ ସିଂ, ଲିଲି ଅମାତ୍ଯ,ସମସ୍ତ ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଏବଂ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।କାର୍ଯ୍ଯକ୍ରମ ଶେଷରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନଥ ପ୍ରସାଦ ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment