ମାଲକାନଗିରି ବଙ୍ଗାଳୀ ସମାଜର କର୍ମକର୍ତ୍ତା ଚୟନ ।

ମାଲକାନଗିରି,୨୯/୦୩(ପିପିଟି):ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ପୁଣି ଥରେ ଗୌରାଙ୍ଗ କର୍ମକାର ସମାଜର ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୨୧୪ ଗୋଟି ବଙ୍ଗାଳୀ ଗ୍ରାମ ରହିଥିବା ବେଳେ ପ୍ରାୟ ୪ ଲକ୍ଷ ରୁ ଉର୍ଦ୍ଧ୍ୱ ବଙ୍ଗାଳୀ ଲୋକମାନେ ବସବାସ କରୁଛନ୍ତି। ମାଲକାନଗିରି ଜିଲ୍ଲାରେ ବାଙ୍ଗାଳୀ ସମାଜ ୨୦୧୭ ମସିହାରେ ଗଠନ କରାଯାଇଥିଲା ବେଳେ ଏହି ସଙ୍ଗଠକୁ ୨୦୧୯ ରେ ସରକାରୀ ମାନ୍ୟତା ପ୍ରାପ୍ତ ହୋଇଥିଲା। ସଂଗଠନ ଆରମ୍ଭ ରୁ ଗୌରାଙ୍ଗ କର୍ମକାର ବିଗତ ୮ ବର୍ଷ କାଳ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ବର୍ତ୍ତମାନ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା କମିଟିର କାର୍ଯ୍ୟ କାଳ ଶେଷ ହେଉଥିବା ଯୋଗୁଁ ଆଜି ପଟେରୁ ସ୍ଥିତ ନରନାରାୟଣ ସେବାଶ୍ରମ ପରିସରରେ ନୂଆ କମିଟି ଚୟନ କରାଯାଇଥିଲା। ଟ୍ରିବ୍ୟୁନାଲ ଚେୟାରମେନ ମାଧବ ଚନ୍ଦ୍ର ସରକାର, ଡେପୁଟି ଚେୟାରମେନ ତପନ କୁମାର ସାନା, ନିମାଇ ଚନ୍ଦ୍ର ପାଲ, କମଲେଶ ରାୟ ଏବଂ ଡା. ଗୋପାଳ ଚନ୍ଦ୍ର ବିଶ୍ୱାସ, ସମେତ ୧୧ ଟି ଜୋନାଲ କମିଟି ସଦସ୍ୟଙ୍କ ଦ୍ବାରା ବିରାଟ ଏକ ସାଧାରଣ ସଭାରେ ଆସନ୍ତା ୫ ବର୍ଷ ପାଇଁ ପୁଣି ଥରେ ଗୌରାଙ୍ଗ କର୍ମକାରଙ୍କୁ ଜିଲ୍ଲା ସଭାପତି, ମନୋଜ ଚୌଧୁରୀ ସାଧାରଣ ସମ୍ପାଦକ, ବିଦ୍ୟୁତ ବିଶ୍ଵାସଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଛି।ସେହିପରି ଉପଦେଷ୍ଟା ଭାବେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟନ ନିମାଇଁ ସରକାର,ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ମୁଖପାତ୍ର ଭାବରେ ଶିବପ୍ରସାଦ କୀର୍ତ୍ତନିଆ ଓ ତାରକ ମଣ୍ଡଳ ମନୋନୀତ ହୋଇଛନ୍ତି। ଏହାବ୍ୟତୀତ ୯ ଜଣ କୋର କମିଟି ସଦସ୍ୟ, ୧୦ ଜଣ ଉପ ସଭାପତି ଏବଂ ୧୦ଜଣ ସହ ସମ୍ପାଦକ ଭାବରେ ଚୟନ କରାଯାଇ ମାଲକାନଗିରି ବାଙ୍ଗାଳୀ ସମାଜ ଜିଲ୍ଲା କମିଟି ଗଠନ କରାଯାଇଛି।ସଭାପତି ଶ୍ରୀ କର୍ମକାର କହିଛନ୍ତି ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜିଲ୍ଲାରେ ବସବାସ କରୁଥିବା ସମସ୍ତ ସଂପ୍ରଦାୟର ଲୋକେ ମିଳିମିଶି ମାଲକାନଗିରି ଜିଲ୍ଲାକୁ ଉନ୍ନତି ପଥରେ ପହଞ୍ଚେଇବାର ପାଇଁ ପ୍ରଚେଷ୍ଟା ଜାରି ରହିବ । ଏହି ପରିପ୍ରେକ୍ଷୀରେ ଆଗାମୀ ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment