ମାଲକାନଗିରି,୩୧/୦୮(ପିପିଟି):
ଆଜି ମାଲକାନଗିରି ପୌର ପରିଷଦ କାର୍ଯ୍ଯାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ, ପୌର ପରିଷଦ ଅଧ୍ଯକ୍ଷ ମନୋଜ କୁମାର ବାରିକ ଏବଂ ଉପାଧ୍ୟକ୍ଷ କବିତା ମହନ୍ତ ଯୋଗଦେଇ ଥିଲେ । ଏହି ଉତ୍ସବରେ ଶ୍ରୀ ବାକା ପୌର ପରିଷଦର ନୂତନ କାର୍ଯ୍ୟାଳୟ , ମାଲକାନଗିରି ଶ୍ମଶାନର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମାଲକାନଗିରି ସହରର ମୁଖ୍ୟ ରାସ୍ତା ରାଜପଥ ଆଲୋକୀକରଣର ଶୁଭାରମ୍ଭ କରିଥିଲେ। ପୌର ପରିଷଦର ଉନ୍ନତି କିଭଳି କରାଯିବ ତା ଉପରେ ଗୁରୁତ୍ବ ଦେବେ ବୋଲି ପୌରାଧ୍ୟକ୍ଷ ଶ୍ରୀ ବାରିକ କହିଥିଲେ । ଏହି ଅବସରରେ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ୱାର୍ଡର ଅଫିସ ଠାରେ ପତାକା ଉତ୍ତୋଳନ କରିବା ସହ ୱାର୍ଡ ବାସୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇ ଥିଲା । ତା ସହ ପ୍ରତ୍ୟେକ ୱାର୍ଡ ଅଫିସ ଠାରେ ମିଷ୍ଟାନ୍ନ ବଣ୍ଟନ କରିବା ସହ ଅନାଥାଶ୍ରମକୁ ଯାଇ ସେଠାରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାଗିରି)