ମାଲକାନଗିରି ଜିଲ୍ଲା ଡ୍ରାଇଭର ସଂଘ ତରଫରୁ ଧର୍ମଘଟ ।

ମାଲକାନଗିରି,୧୫/୦୩(ପିପିଟି): ଆଜି ମାଲକାନଗିରି ଡ୍ରାଇଭର ସଂଘ ତରଫରୁ ୧୦ ଗୋଟି ଦାବି ପୂରଣ ଲାଗି ଧର୍ମଘଟ ଜାରି ରହିଛି । ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ଡ୍ରାଇଭରମାନେ ଏକତ୍ରୀତ ହେୀଇ ବିଭିନ୍ନ ସ୍ଲୋଗାନ ସହ ଧର୍ମଘଟରେ ସାମିଲହୋଇଛନ୍ତି । ରାଜ୍ଯ ସରକାର ଉପରୋକ୍ତ ଦାବିଗୁଡିକ ନମାନିଲା ପର୍ଯ୍ଯନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଅବ୍ଯାହତ ରହିବ ବୋଲି ମାଲକାନଗିରି ଜିଲ୍ଲା ଶାଖା ଡ୍ରାଇଭର ସଂଘ ସଭାପତି ଚିତ୍ରସେନ ବେହେରା ପ୍ରକାଶ କରିଛନ୍ତି ।ଡ୍ରାଇଭର ସଂଘର ଦାବିଗୁଡିକ ହେଲା ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ବୀମାରାଶି ୨୦ ଲକ୍ଷ ଏବଂ ଦୁର୍ଘଟଣାରେ ଅକର୍ମଣ୍ଯ ଡ୍ରାଇଭରମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଉ ।ଦୁର୍ଘଟଣାରେ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଚିକିତ୍ସା ବୀମା ଯୋଗାଇଦିଆ ଯାଉ । ୫୫ ବର୍ଷ ପରେ ଡ୍ରାଇଭରମାନଙ୍କୁ ପେନସନ ଦିଆ ଯାଉ । ଆବାସ ଯୋଜନାରେ ଡ୍ରାଇଭରମାନଙ୍କୁ ସାମିଲ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଗୃହ ନିର୍ମାଣ ଖର୍ଚ୍ଚ ପ୍ରଦାନ କରାଯାଉ । ଡ୍ରାଇଭରମାନଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ଯବସ୍ଥା କରାଯାଉ । ଡ୍ରାଇଭର ଲାଇସେନ୍ସ ପାଇଁ ସରକାର ୧୫ ହଜାର ଟଙ୍କା ଫିସ୍ ବାବଦକୁ ନେଉଥିବା ବେଳେ ଏହି ଅର୍ଥ ରାଶିକୁ ସର୍ବନିମ୍ନ ହ୍ରାସ କରାଯାଉ । ୧୦୦ କିମି ବ୍ଯବଧାନରେ ଡ୍ରାଇଭରମାନଙ୍କ ବିଶ୍ରାମ ଲାଗି ବିଶ୍ରାମଗାର, ଶୌଚାଳୟ ଏବଂ ଗାଡି ପାର୍କିଂର ବ୍ଯବସ୍ଥା କରାଯାଉ । ଏହି ଆନ୍ଦୋଳନରେ ଅନ୍ସମାନଙ୍କ ସହନସଂଘର ଉପସଭାପତି ସରଜିତ କୁମାର ଦେବନାଥ, ସଂପାଦକ ମୋହନ ବର୍ମନ ସହ ଅନ୍ଯାନ୍ଯ ଶତାଧିକ ଡ୍ରାଇଭରମାନେ ସାମିଲ ରହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାମଗିରି)

Comments (0)
Add Comment