ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ ଗ୍ରେଡ ପେ ବୃଦ୍ଧି ଦାବି ନେଇ ଶୋଭାଯାତ୍ରା ।

ମାଲକାନଗିରି,୧୫/୧୧(ପିପିଟି):ଓଡ଼ିଶା ଅମଲା ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ଶତାଧିକ ଅମଲାମାନେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ତାଲିମ ନେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ଅଧିକ କରାଯାଇ ନାହିଁ। ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାର ୩ ଶହ ଟଙ୍କା ଓ ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ଦାବି କରାଯାଇଛି। ବାରମ୍ବାର ଦାବିକରି ଅସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତିଗୁରୁତ୍ବ ଦେଉ ନଥିବାରୁ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵର ଠାରେ ହେବାକୁ ଥିବା ଏକ ବିରାଟ ଆନ୍ଦୋଳନରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟ କର୍ମରେ ଅମଲା ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ସେଠି, ଉପସଭାପତି ଶ୍ୟାମସୁନ୍ଦର ନାୟକ, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ଦାଶ,ସି.ଏଚ ରମେଶ ପ୍ରମୁଖ ଶତାଧିକ ସଭ୍ୟ ଓ ସଭ୍ୟାମାନେ ଯୋଗଦେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment