ମାଲକାନଗିରି ଜିଲ୍ଲାସ୍ତରୀୟ ମାସିକ ଶିକ୍ଷା ସମୀକ୍ଷା ବୈଠକ ।

ମାଲକାନଗିରି,୨୪/୦୬(ପିପିଟି):ଆଜି ଜିଲ୍ଲା ପରିଷଦ ସଭାଗୃହ ଠାରେ ଜୁନ ମାସ ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ
ବିଭାଗରେ ଚାଲୁଥିବା ସମଗ୍ର ଧାରଣା ଦେଲାବେଳେ ନାମଲେଖା ଅଭିଯାନ, ଡ୍ରପଆଉଟ୍ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା, ପାଠ୍ୟପୁସ୍ତକ ଓ ୟୁନିଫର୍ମ ବଣ୍ଟନ, ଶିକ୍ଷକ ଉପସ୍ଥାନ ଓ ପଦବୀ ପୂରଣ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ସ୍କୁଲ ଭିତ୍ତିଭୂମି ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ବିଜୁଳି , ବୋର୍ଡ ପରୀକ୍ଷାରେ ଭଲ ଫଳାଫଳ, ବ୍ୟୟ ଅଟକଳ , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମ୍ ଶ୍ରୀ ସ୍କୁଲ, ଛାତ୍ରାବାସ ଆଦି ମୁଖ୍ୟ ବିଷୟ ଆଲୋଚନା ହେଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ଆଗାମୀ ଦଶମ ବୋର୍ଡ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ଯୋଜନା ‘ ଆସ୍ପାୟାର’ ସମ୍ବନ୍ଧରେ ବିସ୍ତୃତ ବିବରଣୀ ରଖିଥିଲେ।
ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ସମଗ୍ର ଶିକ୍ଷାର ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଆଦି ଯୋଗ ଦେବା ସହ ଆଲୋଚନାରେ ଭାଗ ନେଇଥିଲେ।
ଶେଷରେ ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସହ ପିଲାଙ୍କ ସୁରକ୍ଷା ଓ ସୁବିଧାକୁ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment