ମାଲକାନଗିରି ଜିଲ୍ଲାର ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କୃତ ।

ମାଲକାନଗିରି,୧୭/୦୪(ପିପିଟି) :ମାଲକାନଗିରି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମଗ୍ର ଶିକ୍ଷା ଦ୍ବାରା ଜିଲ୍ଲାର ୧୩୦ ଟି ନୀତି ଆୟୋଗ ଅଧିନସ୍ଥ ବିଦ୍ୟାଳୟର ଏଫଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଲେ। ଏଫଏଲଏନ, ଏନ୍ ଇପି-୨୦୨୦, ଶିଶୁ ବାଟିକା,ଓ ନିପୁନ ଓଡିଶା ସଂପର୍କରେ ଆଲୋଚନା ହୋଇ ଥିଲା।୨ ଦିନ ଧରି ଶିକ୍ଷଣ କାର୍ଯ୍ୟ ଉପସ୍ଥାପନା କରାଯାଇଥିଲା। ସମସ୍ତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୧୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ୧୦ ହଜାର ଟଙ୍କା, ଗୋଟିଏ ଚାରା ବୃକ୍ଷ ଓ ଓପୌଢକନ ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ବିଚିତ୍ରାମୟୀ ନାୟକ, ଆଶ୍ରମ ସ୍କୁଲ୍ ପୋଟ୍ରେଲ, କୋରୁକୋଣ୍ଡା, ସସ୍ମିତା ପଣ୍ଡା,ଉ.ପ୍ରା ବିଦ୍ୟାଳୟ ଟେମ୍ପୋରାରୀ କଲୋନୀ, ଚିତ୍ରକୋଣ୍ଡା , ବାବୁଲ ସଂଜୟ ସାହୁ,ଉ.ପ୍ରା ବିଦ୍ୟାଳୟ, କଣ୍ଢେଲ,କୋରୁକୋଣ୍ଡା,ସୁପ୍ରଭା ବିଶ୍ବାଳ,ଉ.ପ୍ରାବିଦ୍ୟାଳୟ, ପାଣ୍ଡ୍ରାଗୁଡା,ଖଇପୁଟ, ଶିବାନୀ ନାୟକ, ଉଚ୍ଚ ବିଦ୍ୟାଳୟ, କାଲଦାପଲ୍ଲୀ,ପଡିଆ, ସୁଜାତା ରାଣୀ ସରକାର, ଉଚ୍ଚ ବିଦ୍ୟାଳୟ କାଙ୍ଗୁର କୋଣ୍ଡା, କାଲିମେଳା, ରଞ୍ଜିତା ଦାସ, ଉଚ୍ଚ ବିଦ୍ୟାଳୟ, ଏମଭି- ୭ ମାଲକାନଗିରି,ଭି. ସନ୍ତୋଷୀ, ଉ.ପ୍ରା ବିଦ୍ୟାଳୟ ,ଆଶୀର୍ବାଦ କଲୋନୀ, ମାଲକାନଗିରି, ମମତା ବେହେରା,ଉ.ପ୍ରା ବିଦ୍ୟାଳୟ,ଉଦୁଲିବେଡା, ମାଥିଲି, ପ୍ରଶାନ୍ତ କୁମାର ସାହୁ ଉ.ପ୍ରା ବିଦ୍ୟାଳୟ,କିଆଙ୍ଗ, ମାଥିଲି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଉମା ପ୍ରସାଦ ଦାସ,ପିଏ ଆଇଟିଡିଏ ହଳଧର ଶବର ଅତିଥି ଭାବେ ଯୋଗଦେଇଥିବା ବେଳେ ସାଧନା କର୍ମୀ ଭାବେ ପ୍ରସାଦ କୁମାର ସେନାପତି, ରାମକୃଷ୍ଣ ପାଢି, ପ୍ରମୋଦ କୁମାର ଦାସ,ଓ ପ୍ରସାଦ କୁମାର ବାରିକ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment